STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଅଗ୍ରପୂଜ୍ୟ ତୁମେ

ଅଗ୍ରପୂଜ୍ୟ ତୁମେ

1 min
2

ଅଗ୍ର ପୂଜ୍ୟ ପ୍ରଭୁ ଗଜାନନ ଦେବ ସର୍ବ ବିଘ୍ନ ନାଶ କାରୀ ତୁମ ଆଗମନେ ହସୁଛି ଧରଣୀ ଆସ ନିତ୍ୟ ଅବତରି। ବରଷା ର ଧାରା ନିଷ୍କ୍ରିୟ ହୋଇଛି ପ୍ରକୃତି ଦିଶଇ ତୋରା ପ୍ରତ୍ୟେକ ମଣ୍ଡପ ସଜେଇ ହୋଇଛି ଭକତ ଭକ୍ତି ପସରା। ସମାଜରୁ ଦୂର କରିନିଅ ନାଥ ସକଳ ପାତକ ଭାର ଶାନ୍ତି ମୈତ୍ରୀ ପ୍ରୀତି ବାର୍ତ୍ତା ବାଣ୍ଟି ଦିଅ ତୋଳି ମାନବିକ ସ୍ୱର। ଯୁଦ୍ଧ ବିଭୀଷିକା ଅପସରି ଯାଉ ଦେଶେ ଦେଶେ ବୁଝାମଣା ସୁନ୍ଦର ବସୁଧା ଗୋଟିଏ କୁଟୁମ୍ବ ନ ହେଉ ଯେ ବାଟବଣା। ନାରୀ ଠାରେ ଦେଇ ଇଜ୍ଜତ ଶକତି ମନ୍ତ୍ର ବୁଣ ବିଶ୍ୱାସର ସରଗ ର ସୁଖ ଆସୁ ଏ ଧରାରେ ଜ୍ଞାନ ଭକ୍ତି ନିରନ୍ତର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action