STORYMIRROR

SUSMITA MISHRA

Abstract Action Classics

4  

SUSMITA MISHRA

Abstract Action Classics

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
425


ବୈଶାଖ ମାସ ର ଶୁକ୍ଳ ତୃତୀୟା ଦିନ

ଅକ୍ଷୟ ତୃତୀୟା ଅଟେ ଅତି ପବିତ୍ର ଦିନ

ଏ ଦିନ ମାଁ ହର ହର ଗଙ୍ଗେ

ପତିତ ଉଦ୍ଧାର କରିବା ପାଇଁ,

ପୃଥିବୀ କୁ କରିଥିଲେ

ଅବତରଣ, ଅବତରଣ ।

ବେଦଧାରୀ ବ୍ରହ୍ମା ଙ୍କ ନନ୍ଦନ,

ଅକ୍ଷୟ ହୋଇଥିଲେ ଆଜ ଜନମ,

ପୃଥ୍ବୀ କୁ ନିକ୍ଷେତ୍ରିୟ କରିଥିବା ପଣ,

ବୀର ପର୍ଶୁରାମଙ୍କ ମଧ୍ୟ ଆଜ,

ଜନମ ଦିନ, ଜନମ ଦିନ।

ଅକ୍ଷୟ ତୃତୀୟା ଏକ ଦିନ ପବନ,

ବିନା ପାଞ୍ଜି ରେ ବି ହୁଏ ଭାଇ,

ଶୁଭ କାର୍ଯ୍ୟ ର ଶୁଭ ଲଗନ,

ଏହି ଦିନ ଆରମ୍ଭ କରେ ଯେ ଯେଉଁ କର୍ମ,

ସଫଳ ହୋଇ ସିଏ ପାଏ ତ ମାନ।

ସେ ପାଇଁ ଚଷା ଭାଇ,

ସୁନେଲି ଆଶା ନେଇ,

ଗୋରସ,ଫୁଲ ଚାଉଳ ନେଇ,

ପୂଜା କରି,ମୁଠି ଛୁଇଁ ଥାଇ।

ଶ୍ବଶୁର ନଥିଲା ବହୁ,

ସକାଳୁ ଉଠି ବନ୍ଧକୁ ଯାଇ,

ନିଜ ସ୍ୱର୍ଗୀୟ ଶ୍ୱଶୁର ନାମରେ,

ପୂଜା କରି ଜଳ ଦିଅଇ।

ଅକ୍ଷୟ ତୃତୀୟା ଦିନ,

ଯେତେ ଜୋଇଁ ପୁଅମାନ,

ଶ୍ୱଶୁର ଘରେ ହୋଇ ମେହେମାନ,

ଖିରି ପୁରି ଖାଇ, ବିଞ୍ଛନା ଗାମୁଛା ନେଇ,

ଆନନ୍ଦ କରନ୍ତି ନିଜ ନିଜ ମନ।

ଅକ୍ଷୟ ତୃତୀୟା ଦିନେ,

ପୁରୁଷୋତ୍ତମ ଧାମେ,

ଭକ୍ତି ଭାବରେ ଦେଇ ମନ ଧ୍ୟାନ,

ରଥ ଖଳା ରେ ରଥ ନିର୍ମାଣ କାମI



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract