କ୍ରିଷ୍ଣା
କ୍ରିଷ୍ଣା


ଦ୍ରୋପଦ ତନୟା କ୍ରିଷ୍ଣା,
ଅନୁପମା, ଅନିନ୍ଦ୍ୟ,ଲାବନ୍ୟା
ଚାହିଁଥିଲା ସେ କରନ,
ଜିତିଲା ତାକୁ ଅର୍ଜୁନ ।
ହେଲେ ସେ ପାଞ୍ଚ ପତିର ପତ୍ନୀ ହେଲା
ସେଥିରେ ତାର ଦୋଷ କଣ ଥିଲା।
ସପନ ତାର ଚୁରମାର ହେଲା,
ଏକ ପତିର ପତ୍ନୀ ହେବାର,
ରହିଗଲା ତାର ତୃଷ୍ଣା ।
ଦ୍ରୋପଦ ତନୟା କ୍ରିଷ୍ଣା ।
ବିଭତ୍ସ କଦାକାର,ଅନ୍ଧ ର ପୁଅ ଅନ୍ଧ,
ଦୁଃଶା,ଦୁର୍ଯ୍ୟୋଧନ,ମିଥ୍ୟା ତାଙ୍କ ମାନ
ପାଞ୍ଚାଲି ର କଲେ ବସ୍ତ୍ରହରଣ ।
ସଖା ଯାର କୃଷ୍ଣ, କୋଟି ଵସ୍ତ୍ର ଦେଇ,
ଲଜ୍ୟା ତାର କଲେ ନିବାରଣ ।
ବିଚିତ୍ର ବିଧିର ବିଧାନ,
ପୋଡିଗଲା ପତ୍ନୀ ଭାନୁମତୀ
ସଭାରେ ବୁଲିଲା ଘୁରି ,
ହୋଇ ସେ ବସ୍ତ୍ରହରଣ ।
ଜଳିଗଲା ଦୁର୍ଯ୍ୟୋଧନର ମାନ।
ଦୁର୍ଯୋଧନ ହେବ ହତ,
ଦୁଃଶାର ଜଙ୍ଘ ହେବ କ୍ଷତ,
ରକ୍ତରେ ବାନ୍ଧିବି କେଶ ।
ପଣ କରି କହିଲା କ୍ରିଷ୍ଣା ,
ତାପରେ ମେଣ୍ଟିବ ମୋର ତୃଷ୍ଣା।
ଦ୍ରୋପଦ ତନୟା କ୍ରିଷ୍ଣା ।
ଦୁଃଶା ର ଜନଘା ଭୀମ ଯେ ଭାଙ୍ଗିଲା
ନିଜ ମୃତପୁତ୍ରେ ରକ୍ତନଦୀ ପାରହେଲା
ମାନ ସରୋବରେ,ଲକ୍ଷ୍ମୀର କୋଳେ,
ଯାଇ ସେ ଲୁଚିଲା ।
ତାର ମାନକୁ ତାସଲ୍ୟକଲା ଅର୍ଜ୍ଜୁନ,
ସହି ନପାରି ବାହାରି ଆସଲା,
ମାନଗୋବିନ୍ଦ,ଦୁର୍ଯ୍ୟୋଧନ ।
ଦୁର୍ଯୋଧନ କୁ ହତ କଲା ଯେ ଭୀମ।
ଅଧର୍ମ ର ନାଶ ହୋଇ,
ଧର୍ମ ର ଜୟ ହେଲା ।
ରକ୍ତ କେଶ ବାନ୍ଧି,
କ୍ରିଷ୍ଣା ଯେ ପଣ ରଖିଲା ।
ସଖା ଯାହାର ଶ୍ରୀକୃଷ୍ଣ,
କିପରି ନା ମେଣ୍ଟିବ ତାର ତୃଷ୍ଣା,
କୃଷ୍ଣ ର ଶଖି ହେବାରୁ,
ନାମ ତାର ହେଲା ଶ୍ରୀକ୍ରିଷ୍ଣା ।
ସେ ଯେ ଦ୍ରୋପଦ ତନୟା କ୍ରିଷ୍ଣା ।