STORYMIRROR

SUSMITA MISHRA

Fantasy

3  

SUSMITA MISHRA

Fantasy

ଧନ୍ଯ ଧନ୍ଯରେ

ଧନ୍ଯ ଧନ୍ଯରେ

1 min
205


ପାଗଳା ମଧୁପ ହୋଇ ଅଧିର ,

କମଳ ବାସ୍ନା ରେ ହୋଇ ବିଭୋର,

କମଳ ପଛେ ପଛେ ସେ ଧାଏଁ ରେ,

ହେଲେ ସେ ପାଗଳା ଏତିକି ଜାଣେନା କିରେ ,

କମଳ ପାଇଁ ତା ପ୍ରାଣ ଶେଷେ ଯାଏରେ ,

ତଥାପି କମଳ ଭିତରେ ସେ ମଜ୍ଜି ଯାଏରେ ,

କି ତା ପ୍ରେମ ପାଗଳାମି ଧନ୍ଯ ଧନ୍ଯରେ ଧନ୍ଯ ଧନ୍ଯରେ।

ଅଗ୍ନି ଯେବେ ଜଳେ ହୋଇ ପ୍ରଜ୍ବଳିତ,

ପତଙ୍ଗ ଟି ତା ପ୍ରେମେ ହୋଇ ଆକର୍ଷିତ,

ତା ପାଖକୁ ସିଏ ଅନ୍ଧ ହୋଇ ପ୍ରେମେ ଧାଇଁ ଯାଏରେ ,

ହେଲେ ସେ ପାଗଳା ଏତିକି ଜାଣେନା କିରେ,

ପ୍ରଜ୍ବଳିତ ଅଗ୍ନି ତା ଜୀଵନ ନେବରେ,

ତଥାପି ନିଜ ଜୀବନ ସେ ଝାସ ଦିଏରେ ,

କି ତା ପ୍ରେମ ପାଗଳାମୀ ଧନ୍ଯ ଧନ୍ଯରେ ଧନ୍ଯ ଧନ୍ଯରେ।

ଏମିତି ପ୍ରଣୟ ଏମିତି ପ୍ରେମ,ଯିଏ କରିଛି ସିଏ ସିନା ଜାଣେରେ,

ଯେବେ ମୀରାବାଈକୁ ବିଷ ଥାଳିଆ ପିଇବାକୁ ଦେଲେରେ,

ବିଷ ପିଇଲେ ମରିବ ସିଏ, ଜାଣି ନଥିଲା କି ସିଏ ରେ,

ତଥାପି ପ୍ରେମ ପାଗଳିନୀ କୃଷ୍ଣ କୃଷ୍ଣ କହି ବିଷ ପିଇ ଦେଲାରେ ,

କି ତା ପ୍ରେମ ପାଗଳାମୀ ଧନ୍ଯ ଧନ୍ଯରେ ଧନ୍ଯ ଧନ୍ଯରେ ।

ହେଲେ ପ୍ରେମ ପ୍ରଣୟ କରିବା ବାଲା,

କେବେ ମରିବାକୁ ସିଏ ଡରେ କିରେ,

ସେ ପ୍ରେମିକ ନାଗର ନାଟ ନଟବର,

କି ପ୍ରେମ ଲୀଲା ରଚନା କରେରେ,

ବୁଝିକି ପାରିବ ଲୀଳାମୟ ର ବିଚାର,

ତାହାକୁ ଯିଏ ପ୍ରେମ କରିବ ସିଏ ସିନା ଜାଣି ପାରିବରେ,

ଏ ସାଧାରଣ ମଣିଷ ଅଟେ ସିନା ଛାର ,

ଏ କି ବୁଝିବ ସେ ଦୁର୍ଲ୍ଲଭ ପ୍ରେମ ପ୍ରଣୟ ରେ,

ପ୍ରେମରେ ଜୀବନ ନେବା ଠାରୁ ଜୀଵନ ଦେବାରେ,

ଯେଉଁ ଦିବ୍ୟ ପରମ ଆନନ୍ଦ ଥାଏରେ ,

ତାହା ଯିଏ ମର୍ମେ ମର୍ମେ ବୁଝିଯାଏରେ ,

ତା ଜୀଵନ ହୁଏ ଧନ୍ଯ ଧନ୍ଯରେ ଧନ୍ଯ ଧନ୍ଯ ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy