Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Fantasy

4  

Jyotiranjan Sahu

Fantasy

ପିଲାଦିନ

ପିଲାଦିନ

1 min
518



ଆରେ ଆରେ ଆରେ ମୋର ପିଲାଦିନ

ଅବିରତ ତୋତେ ଝୁରୁଛି ମୋ ମନ ,

ଇଚ୍ଛା ହୁଏ ଆଜି ପୁଣି ଫେରିବାକୁ

ପିଲାଦିନର ସେ ସମୟ କୋଳକୁ ॥


ଥାଆନ୍ତା କି ଆଜି ସମୟର ରଥ

ହୋଇଥାନ୍ତି ଯଦି ମୁଁ ତାର ମାଲିକ ,

ବୁଲାଇ ଦିଅନ୍ତି ପଛକୁ ପଛକୁ

ସମୟ ରଥ ର ଅଫେରା ଚକ କୁ ॥


କ୍ଳାନ୍ତ ଆଜି ମନ କ୍ଳାନ୍ତ ମୋର ପ୍ରାଣ

ଇଚ୍ଛା ନଥାଇ ବି ହୁଏ ଧାବମାନ  ,

ଯଉବନ ଆସି କେବେ ଚାଲିଗଲ‍ା

ସ୍ବାର୍ଥ ମାୟା ଜାଲେ ଜୀବନ ଛନ୍ଦିଲା ॥


କେମିତି ଜୀବନ ଅଟେ ଏ ମୋହର

ହୋଇ ବଡ ଖାଲି ହରାଇବା ସାର ,

ଜୀବନ ଭୁଲିଛି ଜିଇଁବାର ମାନେ

ସେଥିପାଇଁ ଆଜି ଅବଶୋଷ ମନେ ॥


ପୁଣି ଇଚ୍ଛା ଆଜି ଜୀବନ ସଞରେ

ବୁଲି ମୁଁ ଯାଆନ୍ତି ସମୟ ରଥରେ ,

ଉପଭୋଗ କରି ମୋ ପିଲା ଦିନକୁ

ତୃପ୍ତ କରନ୍ତି ମୋ ଅଶାନ୍ତ ମନକୁ॥


ଆଉ ଥରେ ପୁଣି ଖେଳନ୍ତି ମୁଁ ଖେଳ

ପଛେ ପାଠ ଥାନ୍ତା ଆଗେ ସାଂଗ ମେଳ ,

ପୁଚି ଲୁଚକାଳି ଡାଳ ମାଂକୁଡିରେ

କଟିଥାନ୍ତା ଦିନ ରାତି ଅଚିନ୍ତାରେ ॥


ଶୋଇ ମୁଁ ଯାଆନ୍ତି ସ୍ବପ୍ନ ଦେଖିଦେଖି

ମନ ପବନ ର ଘୋଡା କୁ ଯେଉଁଠି ,

ଛାଡିଥିଲା ସ୍ବପ୍ନ ଭୁଲିଥିଲା ମନ

ସେହିଠାରେ ହେବ ପୁଣି ତା ଦର୍ଶନ ॥


ମନ ପବନର ଘୋଡା ରେ ଚଢନ୍ତି

ମା ପଣତେ ମୋ ମୁହଁ ପୋଛିଥାନ୍ତି  ,

ବାପା କଂର ମାଡଗାଳି ଖାଇ ପୁଣି

ଖୋଜି ବୁଲୁଥାଆନ୍ତି ମା'ର ଓଢଣୀ ॥


ନିଦୁଆ ଆଖିରେ ପଢୁଥିବି ପାଠ

ଦେହେ ବସୁପଛେ ଗୁରୁଜୀକଂ ଛାଟ ,

ସେ ଜୀବନେ ଥିଲା ସୁଖ ଭରପୁର

ଥିଲି ରାଜା ଆଜି ହୃଦୟୂ ଫକୀର ॥


ଯଦି ସେତେବେଳେ ବୁଝୁଥା'ନ୍ତି ମୁହିଁ

ଆଉ ଏ ସମୟ ଫେରିବ ତ ନାହିଁ ,

ବାଲିଘର ଆଉ କିଛି ଗଢିଥା'ନ୍ତି

ସାଂଗମେଳେ ଖେଳ ଆହୁରି ଖେଳନ୍ତି ॥


ମା' କୁ କୁହନ୍ତି କହିବୁନି ଆଉ

ଧନ ମୋର ଶୀଘ୍ର ବଡ ହୋଇଯାଉ ,

ପ୍ରଶ୍ନ କରିଥାନ୍ତି ମା କୁଂ ନିଜର

ପିଲା ଦିନ ଲୋଡା ନାହିଁ କି ମୋହର ॥


ପିଲାଦିନ ଆଉ ଫେରେକି ଜୀବନେ

ଅଫେରା ବୋଲି ଏ କହିଲୁନି ଦିନେ ,

ଶୁଷ୍କ ଥାଇ ଆଖି ହୃଦୟ କାନ୍ଦୁଛି

କାନ୍ଦିବା ସେ ଅଧିକାର ହରାଇଛି ॥


ପିଲାଦିନେ ସେହି ମନଖୋଲା ହସ

ମନଖୋଲା କାନ୍ଦ ନାହିଁ ଅବଶୋଷ ,

ଛାଡି ଆସିଛି ମୁଁ ଜୀବନକୁ ସେଠି

ଆଜି ଖୋଜିଲେ ମୁଁ ମିଳିବ କେଉଁଠି ॥


ଝୁରୁଅଛି ମନ ଝୁରୁଅଛି ପ୍ରାଣ

ଝୁରୁଛି ଜୀବନ ତାକୁ ପ୍ରତିକ୍ଷଣ ,

ନାହିଁ ଜରା ଲୋଡା ନା ଲୋଡା ଯୌବନ

ଫେରିପାଆନ୍ତି କି ମୋର ପିଲାଦିନ ॥ ( ସମାପ୍ତ )



Rate this content
Log in

Similar oriya poem from Fantasy