STORYMIRROR

Debi Prasad Mishra

Fantasy

4  

Debi Prasad Mishra

Fantasy

ନିର୍ବାଣ

ନିର୍ବାଣ

1 min
224

ସନ୍ଧାନ ମୋର ବନ୍ଧନେ ଆଜି

ବକ୍ଷୁ ନିଗାଡେ ଲହୁ

ବର୍ଦ୍ଧିତ ଛାୟା ନିଭୃତେ କାୟା

ଯୁଦ୍ଧ କରିବ କାହୁଁ ।। 


କଙ୍କାଳ ଯା' ର ବ୍ୟଙ୍ଗ ସହେନି

ବ୍ୟଗ୍ର ହୁଏ ସେ କାହିଁ

ସଂଦିହାନ ତା ଅସ୍ତିତ୍ବ ସାରା

ଉତ୍ଥାନ ନାହିଁ ନାହିଁ  ।।


ପରାଣ ଅର୍ଥ 'ଅର୍ଥ' ଯାହାର

ସ୍ବପ୍ନ ତା ରାମ ରାଜ୍ୟ

ସ୍ୱାର୍ଥପରତା ଅନ୍ଧ କୂପରେ

ପକାଏ ପ୍ରଜାର ନାଯ୍ୟ ।।


'ଅଗ୍ନି' ର ବର୍ଷା 'ନାଗ' ର ତୃଷ୍ଣା

ଦିଏ ଗାଣ୍ଡୀବ ଟଙ୍କାର

ବ୍ୟର୍ଥ ମୋ ପାଇଁ ସବୁ ପୋଖରାଣ

ବ୍ୟର୍ଥ ତା ରଣ ହୁଙ୍କାର  ।।


ଚାହେଁ ନା ମୁଁ ଏଠି କୁରୁ-ସଭା ଛାମୁ

ଚାହେଁ ନା ମୁଁ ପଶାଖେଳ

ଅଙ୍କେ ଯାହାର ଶଙ୍କେ ମୋ ପ୍ରାଣ

ଗଡେ ନିର୍ବାଣ ବେଳ ।।


ଚିତ୍କାର ମୋର ଏରସମା ଠାରୁ

ମରୁ ପ୍ରାନ୍ତର ଯାଏଁ

ଚାରୁ ଚଞ୍ଚଳା କାଶ୍ମୀର କାହିଁ

ନିଶ୍ଚଳ ଆଜି ହୁଏ  ।।


ରେଳ ଘର୍ଘର କାହିଁ ଶୁଭେ ମତେ

ଏତେ ବର୍ବର ଆଜି

ବିଜ୍ଞାନ କଣ ପାରୁନାହିଁ ଆଜି

ସର୍ବଗ୍ରାସୀ କୁ ଖୋଜି ।।


ଅମୃତ ଚାହେଁ ଅମୃତମୟ

କୋଟିଏ ଜୀବର ପ୍ରାଣ

ନିସ୍ତାର ଚାହେଁ ଧ୍ବଂସ ମୁଖରୁ

ଦୁର୍ବାର ଅବା ନିର୍ବାଣ  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Debi Prasad Mishra

Similar oriya poem from Fantasy