STORYMIRROR

SARATA KUMAR DAS

Tragedy Fantasy

4  

SARATA KUMAR DAS

Tragedy Fantasy

ଦି' ଛକିରେ ଜୀବନ

ଦି' ଛକିରେ ଜୀବନ

1 min
494


କେବେ ହସିଛି ମୁଁ କେବେ କାନ୍ଦିଛି ବି

ଚିତ୍କାର କରିଛି ବି ନିର୍ଜନ ଦ୍ବୀପରେ 

ତା'ର ଇୟତ୍ତା ନାହଁ ।

କେବେ ଜଳିଛି ଶୁଖିଲା ପତ୍ରଟିଏ ଭଳି

କେବେ ତରଳିଛି ଧୋବ ଫରଫର

ଚାଖଣ୍ଡେ ବରଫ ଖଣ୍ଡ ଭଳି,

ଆଉ କେତେବେଳେ ଝରିପଡୁଥିବା

ଉତ୍ତପ୍ତ ଆଗ୍ନେୟଗିରିରୁ

କୁଢକୁଢ ତରଳ ଲାଭା ଭଳି ।


ଆଉ କେତେବେଳେ ଭାସିଛି

ଆକାଶର ପ୍ରଶସ୍ଥ ଛାତିରେ 

ଭାସମାନ ମେଘଖଣ୍ଡ ଭଳି ।

ଜୀବନର ଅନାବନା ସଫେଦ 

ପୃଷ୍ଠା ଉପରେ କେତେଥର ଆଙ୍କିଛି 

ନିଷିଦ୍ଧ ଉପତ୍ୟକାର ଛବି

ନିଶୀଥ ପ୍ରହରେ ଏକା ଏକା ବସି,

ଆଉ କେତେବେଳେ ଶବ୍ଦରେ

ଜୀବନ ଦେଇଛି ,ଝଙ୍କାର ତୋଳିଛି

ଫୁଟାଇଛି ନୀଳକଇଁ 

ମରୁର ବାଲୁକା ଶଯ୍ୟାରେ ।


କେତେବେଳେ ସାଜିଛି ମୁଁ 

ନିଷ୍ଠୁର ଆତତାୟୀ ମଧ୍ୟ 

ଜାଳିପୋଡି ଧ୍ବଂସକରିଦେବାକୁ 

ରଙ୍ଗମହଲର ରଙ୍ଗିନ୍ ଛବି ।


ଡାହାଣିଆ ଖରାବେଳେ

ଦେଖିଛି ମୁଁ ମେଘମାନଙ୍କ କୋଳାହଳ, 

ଦେଖିଛି ମୁଁ ଲମ୍ବା ଏକ ଅଦୃଶ୍ୟ ପଥ,

ଲମ୍ବିଛି ଯେ ଲମ୍ବିଛି କେଉଁ ଏକ ଅନାଦି କାଳରୁ

ବରଗଛର ଓହଳ ଭଳି ଗୁଡାଇ ହୋଇ ରହିଛି 

ଯୁଗ ଯୁଗ ଧରି 

ଜାବୁଡି ଧରିଛି କିଟିମିଟି ବହଳ ଅନ୍ଧାର ।


କ'ଣ ମୁଁ ଚାହେଁ ଜୀବନ ଠୁ ?

କ'ଣ ମୋ ପରିଚୟ ?

ସୁନ୍ଦର ଏକ ବାୟା ଚଢେଇର ବସା ?

ନା ଆଉ କିଛି ?


ପରିଚୟ ମୁଁ ହଜାଇ ସାରିଛି

ଠିକଣା ମୋ ଅସ୍ପଷ୍ଟ,,

ପ୍ରଣଶୂନ୍ୟ ପାଳଭୂତଟିଏ

ଶୂନ୍ୟ ଆକାଶ ତଳେ ମୁଣ୍ଡ ଟେକି

ଆଖି ମିଟି ମିଟି କରୁଛି 

ଫଟା କଳା ହାଣ୍ଡିର ଖୋଳପା ଭିତରେ

ଉଜୁଡି ଯାଇଥିବା କ୍ଷେତର ଫୁଙ୍ଗୁଳା ଛାତିରେ।


ସ୍ବପ୍ନର ଉଈହୁଙ୍କା ଭାଙ୍ଗିଗଲା ପରେ

ଜୀବନର ଯେତକ ଭଗ୍ନାଂଶ ଭୁଲ ହୋଇଯାଏ 

କେତେବେଳେ ସମାହିତ ତ

ଆଉ କେତେବେଳେ ଅସମାହିତ ।

ଝରୁଥାଏ ଲୁହ, ଲହୁ ,ସ୍ବେଦବିନ୍ଦୁ 

ଜୀବନ ଯୁଦ୍ଧରୁ ,

ପ୍ରତ୍ୟକ୍ଷରେ ତ ପୁଣି କେତେବେଳେ ପରୋକ୍ଷରେ ।


ତଥାପି ଥକେ ନାହଁ ଜୀବନ

ସାଲିସ୍ କରେନାହିଁ 

ହାର୍ ଜିତ୍ ର ଦି ଛକିରେ 

କିରି କିରି ହସୁଥାଏ ଜୀବନ

ଫୁଙ୍ଗୁଳା ସନ୍ୟାସୀଟିଏ ଭଳି 

ଯୁଗ ଯୁଗ ଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy