STORYMIRROR

sanhita mohanty

Tragedy

3  

sanhita mohanty

Tragedy

ଲେଉଟାଣି ଖରା

ଲେଉଟାଣି ଖରା

1 min
189

ବେଳ ରତ ରତ 

ଲେଉଟାଣି ଖରା 

ଅଣଲେଉଟା ସମୟ ସହ 

କେଉଁଠୁ ବୋହି ଆସୁଛି 

ସ୍ମୃତିର ଧାରା !


ହୃଦୟ ହଜିଯିବା ପରେ 

ଜୀବନ ବି ବଞ୍ଚିପାରେ ...

ସବୁ ବେଳେ ସବୁ ସ୍ଥିତିରେ 

କିଛି ନାହିଁ ନାହିଁର ଅନୁଭବ  

ବାରମ୍ବାର ପଛକୁ ଫେରିଯାଉଛି ମନ 

କେଉଁଠି କିଛି 

କେତେବେଳେ 

ଭୁଲି ହୋଇ ନିଜ ଅଜାଣତେ 

ବାଟ ଭାଙ୍ଗି ଚାଲିଗଲା !


ଚିତ୍ର ଭଳି ଆଙ୍କି ହୋଇ ଯାଉଥିବା 

ଛବି ପରି ସବୁ ଭାବନା ମାନେ 

ମନର କେଉଁ ଅତଳ ଗହ୍ୱରରେ 

ପୁଣି ଥରେ ଖୋଜି ବୁଲନ୍ତି 

ଅପହଞ୍ଚ ଦୂରତାର ରାହା 

ବଞ୍ଚିବାର ସାହାରାକୁ !


ଏ କଥା କି ବିଶ୍ଵାସ କରିବ 

ତୁମ ପାଇଁ ତୁମକୁ ହିଁ ହରାଇ ଦେଇ 

ସବୁ ପଛରେ ଛାଡ଼ି ଚାଲି ଆସିଲି ...

ଆସିଲି ଯେ ଆସିଲି 

ଶୂନ୍ୟ ହୃଦୟର ଭାର ସାଥିରେ ଧରି  

ଏତେ ଗଭୀର ସେ ଭାରର ବୋଝ 

ଆକାଶ ଭର୍ତ୍ତୀ ଓଜନିଆ ମେଘ ଠାରୁ 

କେତେ ଅଧିକ ଯେ 

ତୁମର ମୋର 

ଅନେକ କଳ୍ପନାର ଅତୀତ !


ହୃଦୟ ଭର୍ତ୍ତୀ

ସବୁ ସ୍ନେହ ମମତାର ଅଙ୍ଗୀକାରରେ 

ସବୁ ଗର୍ବ ଅହଙ୍କାର ତ୍ୟାଗ କରି 

ସାରା ପୃଥିବୀଟା ଭିଜି ଯାଏ 

ଆକାଶର ବେଦନାପ୍ଲୁତ ଅଶ୍ରୁଧାରାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy