ଭୁଲିବାର ପ୍ରଚେଷ୍ଟା
ଭୁଲିବାର ପ୍ରଚେଷ୍ଟା
ନିଦ ସବୁ ହଜିଯାଏ ,
ଭରିଯାଏ ଦୁଇଆଖି ..
ଶୂନ୍ୟତାର ଯନ୍ତ୍ରଣା ବୋଧରେ ।
ଯେତେ ଭାବେ ଭୁଲିଯିବି ,
ମେଘ ଭର୍ତ୍ତୀ ଆକାଶଟା ହଠାତ୍ ବର୍ଷିବାକୁ ଆରମ୍ଭ କରେ ,
ମୋର ସବୁ ଅସହାୟତାକୁ
ସିଦ୍ଧ କରିଦେଇ ।
ମନେ ପଡି଼ବାର ସୀମା ନାହିଁ ,
ସୀମା ନାହିଁ ତୁମକୁ ଭୁଲିବାର ପ୍ରଚେଷ୍ଟାର ।
ଶେଷ ନାହିଁ ବେଦନାର ଜୁଆରର ,
କେବେ ମୁଁ ନାହିଁ..
କେବେ ତମେ ନାହଁ !
ଖୋଜି ଖୋଜି ଜୀବନର ସବୁ ପଥ ସରିଲେବି ,
ଅଫେରା ସମୟ ଆଉ
ପଛକୁ ଫେରିବାର ନାହିଁ ।
