ଶ୍ରୀ ରାମଚନ୍ଦ୍ର
ଶ୍ରୀ ରାମଚନ୍ଦ୍ର
ରାମନାମ
ସର୍ବ ବେଦ ସାର
ରାମ କଥା କ୍ଷୀର ସମୁଦ୍ର !
ରାମ ନାମ
ନାମ ପରି ମନୋରମ
ସ୍ଵୟଂ ନାମୀ ରାମଚନ୍ଦ୍ରଙ୍କୁ
ମଧ୍ୟ ଟାଣି ଆଣିପାରେ
ଭକ୍ତ ପାଖକୁ !
ଦଶରଥଙ୍କର ପୁତ୍ର ଭାବରେ
ପ୍ରଭୁ ଶ୍ରୀ ରାମଚନ୍ଦ୍ର
ଅବତରଣ କରିଥିଲେ
ଏ ଧରା ପୃଷ୍ଠରେ
ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ;
ସେତେବେଳେ
ସମୟ , ପ୍ରକୃତି, ଗ୍ରହ, ନକ୍ଷତ୍ର
ଯେମିତି କିଛି କ୍ଷଣ ଅନାଇ ରହିଥିଲେ
ଭଗବାନଙ୍କ ଆଗମନକୁ ,
ଅନାଇ ରହିଥିଲେ
ମୁନି ଋଷି ଗଣ
ଏହି ଦିବ୍ୟ ମୁହୂର୍ତ୍ତକୁ !
ସିଏ ହେଉଛି ରାମ
ଯିଏ ସମସ୍ତ ସୁଖର ଆଧାର ,
ରାମ ନାମର ଶ୍ରବଣରେ
ଧୋଇ ଯାଏ ସବୁ ପାପ ,
ଜୀବନରେ ବିରାଜମାନ କରିଥାଏ
ସୁଖ ଶାନ୍ତି,
ଜଗତର ସବୁ ଜଳାଧାରାର ଆଧାର
ସମୁଦ୍ର ପରି
ସବୁ ପ୍ରାଣୀଙ୍କର ମୂଳାଧାର ରାମ !
ଶ୍ରୀରାମ ଚନ୍ଦ୍ର
ଅମୃତ ରସମୟ
ଲାସ୍ୟମୟ ଝରଣାର ଝର ,
ଧର୍ମ ଓ କରୁଣା
ରାମ ଅବତାରର ମୂଳ ସ୍ରୋତ ...
ରାମାୟଣ ଗାନ କରେ
ରାମ ନାମର ମହିମା
ଅତି ପବିତ୍ର
ରସମୟ କାହାଣୀ ,
ରାମ ଝର କରୁଣା ରସ
ଲକ୍ଷ୍ମଣ ଝର ଭକ୍ତି ରସ ,
କରୁଣା ଓ ଭକ୍ତି
ରାମାୟଣର ଦୁଇ ପ୍ରଧାନ ରସ !
ଶ୍ରୀରାମ ମୂଳସତ୍ତା
ବ୍ରହ୍ମଙ୍କର ମୂର୍ତ୍ତୀମନ୍ତ ପ୍ରକାଶ ...
ସେ ସର୍ବଭୂତାନ୍ତରାତ୍ମା
ସର୍ବ କାରଣ
ସର୍ବ ମୟ
ସର୍ବ କାଳଗତ ପୁରୁଷୋତ୍ତମ !
ଶ୍ରୀରାମ କଥା
ଶେଷହୀନ ବର୍ତ୍ତମାନ
ଏବଂ
ଭବିଷ୍ୟତ ସହ
ଆଦି ଅନ୍ତ ହୀନ ସମୟର
ଅସରା କାହାଣୀ ।
ଜୟ ଶ୍ରୀରାମ ।
