STORYMIRROR

sanhita mohanty

Others

3  

sanhita mohanty

Others

ନିଦାଘ

ନିଦାଘ

1 min
168

ବୈଶାଖ ଜ୍ୟେଷ୍ଠ ଦୁଇ ମାସ 

ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ...

ତାତି ଯାଏ ଭୂଇଁ 

ଶୁଷ୍କ ଜଳବାୟୁ 

ପ୍ରବାହିତ ହୁଏ ଉତ୍ତପ୍ତ ପବନ  

ନିଦାଘ କାଳରେ 

ଗ୍ରୀଷ୍ମ ପ୍ରବାହରେ 

ଅତିଷ୍ଠ ହୋଇଯାଏ ଧରା ପୃଷ୍ଠ !


ନଦୀ କୂପ ପୋଖରୀ 

ହୁଏ ଜଳ ଶୂନ୍ୟ  

ପଶୁ ପକ୍ଷୀ ମନୁଷ୍ୟ ଗଛଲତା 

ଅନୁଭବ କରନ୍ତି 

ପ୍ରବଳ ଜଳ କଷ୍ଟ  

ପତ୍ର ଝଡ଼ାରେ ବନ ହୁଏ ଶ୍ରୀହୀନ 

ଅତ୍ୟଧିକ ତାପମାତ୍ରାରେ 

ଭୟ ରୁହେ ଅଂଶୁଘାତର !


ନିଦାଘରେ ...

ଆମ୍ବ ପଣସ ସପୁରୀ ତାଳ 

ତରଭୁଜ ଲିଚୁ ସପେଟାରେ  

ପଇଡ ଆଖୁରସ ବେଲପଣାରେ  

ମଲ୍ଲି ହେନା ଚମ୍ପା 

ବଉଳ ଫୁଲର ମହକରେ  

ଭରିଯାଏ ଏହି ସୃଷ୍ଟି 

ନିରସ ଜନ ଜୀବନରେ ଭରିଯାଏ 

ଅପୂର୍ବ ପ୍ରାଣ ସତ୍ତା ...

ପଣା ସଂକ୍ରାନ୍ତି ଅକ୍ଷୟ ତୃତୀୟା 

ଚନ୍ଦନ ଯାତ୍ରା ଶୀତଳ ଷଷ୍ଠୀ 

ଆଦି ପର୍ବ ପର୍ବାଣୀରେ  

ଜଗତ ଜନନୀ ମାଆଙ୍କର ଝାମୁ ଯାତ୍ରାରେ 

ଜୀବନ ଭରି ଯାଏ ପୁଲକରେ !


ଶୁଖି ଯାଇଥିବା ଜଳ ରାଶି 

ଆକାଶକୁ ବାଷ୍ପ ଆକାରରେ ଉଠି 

ସୃଷ୍ଟି କରେ ମେଘ ...

ନିଦାଘର ଯନ୍ତ୍ରଣା 

ହେଲେବି କଷ୍ଟକର  

ଗ୍ରୀଷ୍ମ ଋତୁ ଆଣିଦିଏ ଶୀତଳ ବର୍ଷା ଋତୁ 

ଗ୍ରୀଷ୍ମ ନ ଥିଲେ 

ଆସନ୍ତା ନାହିଁ ସୁନ୍ଦର ବର୍ଷା !


ସ୍ରଷ୍ଟାଙ୍କର ସୁନ୍ଦର ସୃଷ୍ଟିର 

ଏ ଅପୂର୍ବ ପୁଲକର ସମ୍ଭାର ...

ଗ୍ରୀଷ୍ମ ପରେ ବର୍ଷା 

ଦୁଃଖ ପରେ ସୁଖର 

ନିଆରା ଜୀବନର 

ଅଫୁରନ୍ତ ଆନନ୍ଦର ଫୁଆରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍