STORYMIRROR

sanhita mohanty

Others

3  

sanhita mohanty

Others

ଅଶ୍ରୁ ବିନ୍ଦୁ

ଅଶ୍ରୁ ବିନ୍ଦୁ

1 min
215

ଯେଉଁଟା କେବେ ହୋଇ ନାହିଁ 

ହୋଇ ପାରିବ ନାହିଁ...

ସେଇ ସ୍ଵପ୍ନ ଆସିଯାଏ 

ଆଖିରେ ଆଖିରେ 

ଅଶ୍ରୁ ବିନ୍ଦୁ ସାଥିରେ ଧରି !


ଏତ ଭାବନା ନୁହେଁ 

ହୃଦୟର ରକ୍ତ ଧାର 

ସବୁ ବେଳେ 

କିଛି ହଜାଇବାର ଅନୁଭବ ...

କେମିତି ସିକ୍ତ ହୋଇଗଲା 

ମନ ପ୍ରାଣ ହୃଦୟ ଭାବନା 

ସବୁକିଛି 

ବିନ୍ଦୁ ବିନ୍ଦୁ ମୋତି ଝର ସାଥେ 

ଅସରନ୍ତି ଶୂନ୍ୟତାକୁ 

ସାଥୀ କରିନେଇ !


କେଉଁଠି ହଜିଲା ସ୍ଵପ୍ନ 

ଆଖିରେ କି ମନରେ 

ସାତ ତାଳ ପାଣିର 

ସୁନାର ଫରୁଆ ଭିତରେ ...

ଆଉ ଝୁରିବାର ବା ଝରିବାରେ 

ପଛକୁ ଫେରି ଚାହିଁବାରେ 

ମାନେ କିଛି ହୁଏନା !


ସଂସାରେ ନିଜର 

ନୁହେଁ ନିଜ ମନ...

ମନ ସେତ ପାରିଜାତ ଫୁଲ 

କେତେବେଳେ ମହକରେ ଭରିଦିଏ 

ସମଗ୍ର ସତ୍ତା  

କେତେବେଳେ ସ୍ୱପ୍ନର 

ଧାରରେ ହଜିଯାଇ 

ସିକ୍ତ କରିଦିଏ ଦେହ ମନ ପ୍ରାଣ  

ପୁଣିଥରେ ଦିଗହରା ପ୍ରୟାସରେ 

ଆଖି ପାଏ ନାହିଁ  

ଦୂର ଦିଗନ୍ତରେ 

ଭାରି ଭାରି ଆଖି ପତାରେ 

ଦୃଷ୍ଟି ହଜିଯାଏ !


ପୁଣି ଭାରି ଭାରି ହୋଇଯାଏ ମନ 

ଶୂନ୍ୟତାର ଏତେ ବେଶୀ ଭାର ଯେ ଦୋହଲାଇ ଦେଉଛି 

ଏ ଜନ୍ମର ଯେତେ ଅଙ୍ଗୀକାର ...

ହୃଦୟରେ ସଞ୍ଚିତ 

ସବୁ ପ୍ରେମ ଧାରାରେ 

ଟିକିଏ ଭଲ ପାଇବାର ଉଷ୍ମତାରେ

ବିନ୍ଦୁ ବିନ୍ଦୁ ଅଶ୍ରୁର 

ଉଜାଣି ସ୍ରୋତରେ 

ସାରା ପୃଥିବୀଟା ଭିଜିଯାଏ 

ଆକାଶର ସେଇ 

ବେଦନାପ୍ଲୁତ ଅଶ୍ରୁ ଧାରାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍