ଭଗବାନଙ୍କୁ ଚିଠି
ଭଗବାନଙ୍କୁ ଚିଠି
ସବୁ ଦେଇ ପ୍ରଭୁ ହୃଦୟ ଭିତରେ
ଭରିଦେଲ ଏତେ ଶୂନ୍ୟତା ।
ଟିକିଏ ହାତ ବଢା଼ଇ ,
ଦେଲନାହିଁ ସଜାଡି଼ ମନଟାକୁ !
ସାରା ଜୀବନ ଅଶ୍ରୁରେ ଭିଜିବା ପାଇଁ।
ଛାଡି଼ଦେଲ ?
ତୁମ ଛଡା କିଏ ବୁଝାଇବ ପ୍ରଭୁ ,
ତୁମେ ତ ଅନ୍ତର୍ଯ୍ୟାମୀ ...
ଏ ମନକୁ କିଏ କହିବ ବୁଝାଇ ,
ତୁମ ଇଛ୍ଛା ବିନା
ହଲେନାହିଁ ଘାସର ପତ୍ରଟିଏ ବି !
ବଡ଼ ବନ୍ଧୁଟିଏ ବୋଲି ବୋଲାଇଛ ତୁମେ
ସଂସାରେ ପଡି଼ଛି ହୁରୀ ...
ମୋ ବେଳକୁ କିନ୍ତୁ ଛାଡି଼ ଦେଲ ହାତ
ଲୁହରେ ଭିଜାଇ ଦେଇ !
