STORYMIRROR

Santosh Kumar Nayak

Tragedy

4  

Santosh Kumar Nayak

Tragedy

ଶିମିଳିପାଳର ନିଆଁ

ଶିମିଳିପାଳର ନିଆଁ

1 min
227

ଦେଖିଲା ଲୋକର ଥରୁଛି ହିଆ

ଶୁଣିବା ମଣିଷ ହୁଏ ଛାନିଆ

ଶିମିଳିପାଳରେ ନିଆଁ,

ଶାଳ ପିଆଶାଳ ତାଳ ନଡ଼ିଆ

ବର ଅଶ୍ୱତଥ ଖଜୁରୀ ଗୁଆ

ଜଳିଗଲେ ଠିଆ ଠିଆ ।।


ସାଇଁ ସାଇଁ ବହେ ଝାଞ୍ଜି ପବନ

ପାଉଁଶ ହେଲାଣି ଧନ ଜୀବନ

ଚାରିଆଡେ ହାହାକାର,

ବାଜି ଲାଗିଅଛି ସଭିଙ୍କ ପ୍ରାଣ

ଭାଲୁ ହାତୀ କପି ବାଘ ହରିଣ

କହୁଛନ୍ତି ରକ୍ଷା କର ।।


ଅଗ୍ନି ଝାସେ ଭାଙ୍ଗେ କଅଁଳ ଡେଣା

ବିହଙ୍ଗମ ବୁଦ୍ଧି ହେଲାଣି ବଣା

ନୀରବେ ଝରଇ ଲୁହ,

କାକ ପିକ ଶୁକ ଚିଲ ଶାଗୁଣା

ଯାହାର କଷଣ ତାହାକୁ ଜଣା

ଆନ କି ବୁଝିବ କୋହ !


ସରୀସୃପ କୀଟ ପତଙ୍ଗ କୁଳ

କ୍ଷୀଣ ତୃଣ ଠାରୁ ଦ୍ରୁମ ବିଶାଳ

ସର୍ବେ ହେଲେ ଏକାକାର,

ସାନ୍ତାଳୀ ଜୀବିକା ଶିମିଳିପାଳ

କୋପାଗ୍ନି କରିବ ସର୍ବକାଙ୍ଗାଳ

ନାହିଁ କିଛି କରିବାର ।।


ଆହେ ମହାପ୍ରଭୁ କଳାଠାକୁର,

ସତରେ କି ତୁମେ ମୁକ ବଧିର ?

କାହିଁକି ମଉନେ ସ୍ଥିର ?

ଲିଭିଯାଉ ଅଗ୍ନି ବରଷୁ ନୀର

ସର୍ବ ଜୀବକୁଳ ହେଉ ଉଦ୍ଧାର

କର କିଛି ଚମତ୍କାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy