STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଫଗୁଣ ଆସିବା ପରେ

ଫଗୁଣ ଆସିବା ପରେ

1 min
252

ବସନ୍ତର ଶୀତୁଆ ପବନ

ଗଲାଣି ଆଜି ତ ହଜି

ରଙ୍ଗ ତୁଳୀ ଧରି ଫଗୁଣ ଆସିଛି

ଧରଣୀ ରାଣୀକୁ ଦେବ ସାଜିll


କେତେ ରଙ୍ଗ ବେରଙ୍ଗର ଫୁଲ....

କୁରେଇ, କାଞ୍ଚନ, ସାଙ୍ଗେ ପଳାସ, ବଉଳ

ମୁରୁଜ ଲେଖିଛି ପୁଣି ଶୂନ୍ୟ ଅଗଣାରେ

କେତେ ପୁଷ୍ପେ ଗଭା ସାଜେ...

ଧରଣୀ ତା ଗୁଚ୍ଛ କବରୀରେ ll


ସତେ ଲାଗେ ଅବା ତାର ନାଲି ପାଟ ଶାଢ଼ୀ

ଶୋଭା ପାଉ ଅଛି କଳାମେଘି କୁମ୍ଭ ଧଡି

ଚିତ୍ରିତ କରିଛି ଯତନେ କେଉଁ ଚିତ୍ରକର

ମନକୁ ତା ସ୍ଥିର କରି ll


ଆଞ୍ଚଳକୁ ସାଜି ହଳଦୀ ରଙ୍ଗରେ

ଦେଇଛି ମୁରୁଜ ବୁଣି....

ସବୁଜ ରଙ୍ଗର ଓଢଣୀକୁ ସାଜି

ଝଟକେ ଧରଣୀ ରାଣୀ ll


ମଥା ପରେ ନାଲି ମଥା ମଣି ପରି

ସାଜିଛି ପଳାସ....ଗୁଚ୍ଛ

ବଉଳ ବାସ୍ନାରେ ବିମୋହିତ ପ୍ରାୟ

ଲାଗଇ ବଡ଼ ଉଚ୍ଚାଟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy