STORYMIRROR

Amulya Kumar Nayak

Tragedy

4  

Amulya Kumar Nayak

Tragedy

ଶିମିଳିପାଳରୁ ଚିଠି

ଶିମିଳିପାଳରୁ ଚିଠି

1 min
205


ଏଯାଏ ଥମୁନି ଏଯାଏ କମୁନି

   ଶିମିଳିପାଳର ନିଆଁ

ଏଥିରୁ କ'ଣ ବୁଝୁଛ କହିବ

   ଆଗୋ ମୋର ପ୍ରିୟତମା(୧)

ଏବେ ସିନା ବନେ ଲାଗିଅଛି ନିଆଁ

   ରାଇଜେ ପଡିଛି ଡକା

କେବେଠୁ ଜଳୁଛି ଏମନରେ ନିଆଁ

   କେହି ହୁଅନ୍ତିନି ସଖା (୨)

ବନ ନିଆଁ ସିନା ଲିଭିବା ପାଇଁକି

    ଦରକାର ହୁଏ ପାଣି

ମନ ନିଆଁଟିକ କେବେ ଯେ ଲିଭିବ

    କେହି ପାରନ୍ତିନି ଜାଣି (୩)

ବନ ପୋଡିଗଲେ ସଭିଏଁ ଜାଣନ୍ତି

  ମନ ପୋଡିଗଲେ ଜାଣେ ବା କିଏ

କେଉଁକାଳୁ ଲେଖା ହୋଇଅଛି ଯୋଖା

  କିଏ ବା କହିବ କାରଣଟିଏ (୪)

ସେହି ବନ ସେହି ବନାନୀ ସର୍ଜନା

    କରିଛନ୍ତି ଭାବଗ୍ରାହୀ

ତମେ ହିଁ ତ ସେହି ସୃଷ୍ଟି ଫୁଲଟିଏ

    ଏତେ ଜଳ କାହିଁପାଇଁ ? (୫)

ଭାବିବନି ତମେ ଦାୟିକା ଦେଇ ମୁଁ

    ଲେଖୁଅଛି ବୋଲି ପଦେ

ତମଠାରୁ ମୋର ଆପଣାର କିଏ

    ବଞ୍ଚିଛି ଜଳି ଆନନ୍ଦେ (୬)

ଜାଳି ସାରିଲାଣି ରୂପର ସମ୍ଭାର

     ଶିମିଳିପାଳର ଦେହ

ରଖେନାହିଁ ଟାଣ କାହାର ପ୍ରକୃତି

    ଭଲପାଅ ଭେଲପାଅ (୭)

ଫଗୁଣ ଆସିଛି ବଉଳ ବାସୁଛି

    ବନରେ ଲାଗିଛି ନିଆଁ

ଭେକ୍ସିନ୍ ଚାଲିଛି ତୁଣ୍ଡି ବି ଝୁଲିଛି

    କରୋନା ଉପର ମୁହାଁ (୮)

ଡହଡହ ଖରା ଟହଟହ ତାତି

    ବଜାର ଆକାଶ ଛୁଆଁ

ଜୀବନ ଧାଉଛି ଜୀବିକା ପଛରେ

    ପାଏନାହିଁ ଟିକେ ରାହା (୯)

କ୍ରୁର ହୁଏନାହିଁ ଶାନ୍ତ ପ୍ରକୃତି

    ଅଶାନ୍ତ ନହେଲେ ଆମେ

ସୂର୍ଯ୍ଯ,ଚନ୍ଦ୍ର,ତାରା,ଅନଳ,ଅନୀଳ

    ଦେଇଛି ସେ ପ୍ରତିଦାନେ (୧୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy