STORYMIRROR

Sangram Moharana

Romance Tragedy

4  

Sangram Moharana

Romance Tragedy

ଅସ୍ପଷ୍ଟ ରଙ୍ଗ

ଅସ୍ପଷ୍ଟ ରଙ୍ଗ

1 min
230

କିଏ କହିଲା ସୌନ୍ଦର୍ଯ୍ୟ

 କେବଳ ଆଖିରେ ଥାଏ ବୋଲି

ନିବୁଜ ନୟନର କଣ କିଛି ସଂଜ୍ଞା ନାହିଁ

ହେଇ ପାରେ ସେ କଳା ମୋତିକୁ 

ଖୋଜି ପାଇବା ବୋଧେ ମୋ ଅକ୍ତିଆରରେ ନାହିଁ

କିଏ କହିଲା ଅସଂପୂର୍ଣ୍ଣ ଚେହେରାରେ

ପ୍ରତି ଛବି ଆଙ୍କି ହୁଏନା ବୋଲି

ସ୍ପଷ୍ଟ ବ୍ୟାକରଣର କଣ ସନ୍ଧିବିଛେଦ ନାହିଁ

ହେଇ ପାରେ ଆଦିଗନ୍ତ ବ୍ୟାପ୍ତ ଗଗନର ପରିମାପ

ମୋ କଳ୍ପନାରେ ନାହିଁ

କିଏ କହିଲା ଅର୍ଦ୍ଧ ଅଧରରେ 

ହସ ଖେଳେନାହିଁ ବୋଲି

ଜହ୍ନର ଜ୍ୟୋତ୍ସ୍ନା କଣ କଇଁରେ ପଡେ ନାହିଁ

ହେଇପାରେ ସେ କଇଁକୁ ଚିହ୍ନିବାର

ସାମର୍ଥ୍ୟ ମୋ ପାଖରେ ନାହିଁ

କିଏ କହିଲା ଗୋଲାପ ଦେହରେ

ରକ୍ତ ନାହିଁ ବୋଲି

ସେ ରକ୍ତ ପାଖରେ ପହଞ୍ଚିବା ପାଇଁ

କଣ କଣ୍ଟାର ଆଘାତ ଲାଗେ ନାହିଁ

ହେଇପାରେ ସେ ଗୋଲାପକୁ ଧରିବାର

ପରିପକ୍ୱ ମୋର ନାହିଁ

କିଏ କହିଲା ସିନ୍ଥିରେ କେବଳ 

ସିନ୍ଦୂର ଶୋଭା ଦିଏ ବୋଲି

ଅଗଣାର ତୁଳସୀ କଣ

ମନରେ ପବିତ୍ରତା ଦିଏ ନାହିଁ

ହେଇ ପାରେ ସେ ମଥାର ଟିକିଲି ପାଇଁ

ମୋ ପାଖେ ସଂଜ୍ଞା ନାହିଁ

କିଏ କହିଲା ଝୁମୁକା 

କାନ ନାମକ ଚଢେଇର ଡେଣା ବୋଲି

ଲହଡି କଣ ମରୁଭୂମିର 

ପାଦ ସ୍ପର୍ଶ କରେ ନାହିଁ

ହେଇ ପାରେ ଅମାବାସ୍ୟାରେ ଜହ୍ନକୁ ଦେଖିବା

ମୋ କ୍ଷମତାରେ ନାହିଁ

କିଏ କହିଲା ସବୁ ଅଡୁଆ କେଶ

ମନ ଲୋଭେ ନାହିଁ ବୋଲି

ଶିଆଳି ଲଟାର କଅଁଳ ପତ୍ରରେ କଣ 

ଫୁଲ ଫୁଟେ ନାହିଁ

ହେଇ ପାରେ ମୃଗ ଭାବି କୃଷ୍ଣ ପାଦ

ଛୁଇଁବାର ସତ୍ ସାହସ

 ମୁଁ କରି ପାରେ ନାହିଁ

କିଏ କହିଲା ଏତେ ବର୍ଣ୍ଣନା ସମ୍ପୂର୍ଣ୍ଣ ବୋଲି

ହେଲେ ଭାବନା ରାସ୍ତାରେ କଣ

କିଏ ଝୁଣ୍ଟି ପଡେ ନାହିଁ

ହେଇ ପାରେ 

ଲାଜୁଆ ହସ, ନିମ୍ନଗାମୀ ନୟନ ଆଉ ଗୋଲାପି ଅଧରର ସ୍ପଷ୍ଟୀକରଣ

ମୁଁ କରିପାରେ ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance