ଦୀପାବଳି ଓ ଶ୍ରୀ ଜଗନ୍ନାଥ
ଦୀପାବଳି ଓ ଶ୍ରୀ ଜଗନ୍ନାଥ


ଉଗ୍ରତାରା ଶୂଳପାଣିଃ ସୁଭଦ୍ରା ଭୁବନେଶ୍ୱରୀ
ନୀଳାଦ୍ରୌ ତୁ ଜଗନ୍ନାଥଃ ସାକ୍ଷାତ ଦକ୍ଷିଣ କାଳିକାଃ
ଭାବିଛି ଲେଖିବି ଯାହା ମୁଁ ଜାଣିଛି
ଏଇ କ୍ଷୁଦ୍ର ମୋର ମନେ,
କିଛି କିଛି ନୂଆ ପୁରୁଣା କାହାଣୀ
କବିତାରେ ପଢ ଜନେ ।
ଶୀରି କ୍ଷେତ୍ର ମୋର ଶାକ୍ତ କ୍ଷେତ୍ର ବୋଲି
ହୁଏ ପୁଣି ମନ ବୋଧ,
ଶ୍ରୀ ପୁରୁଷୋତ୍ତମ ଆରାଧାନ ଦେଖି
ପ୍ରଭୁଙ୍କର ମନ ମୁଗ୍ଧ ।
ତିନି ଦିଅଁ ମୋର ଆସିବା ଆଗରୁ
ଥିଲା ତାଙ୍କ ଉପସ୍ଥିତି,
ରୂପରେ ନାମ ରେ ଲୁଚି ରହିଥିଲେ
କହେ ପୁଣି କିମ୍ବଦନ୍ତି ।
ଜଗତ ନାଥଙ୍କୁ ପୂଜିଥିଲେ ଜଣେ
ନାମରେ ଶଙ୍କରାଚାର୍ଯ୍ୟ,
ଶିବ ଭାବି ପୁଣି ତପସ୍ୟା କରିଲେ
ପ୍ରଭୁ ଯେ ହେଲେ ଆଶ୍ଚର୍ଯ୍ଯ ।
ଥିଲା ସ
େଠି ପୁଣି ରତ୍ନ ସିଂହାସନ
ବିଜେଥିଲେ ମାଆ ତାରା,
ଭୁବନେଶ୍ୱରୀ ଆଉ କାଳୀ ରୂପରେ
ଆରାଧନା ପିଠ ପରା ।
ବଳଭଦ୍ର ପୁଣି ଉଗ୍ରତାରା ରୂପେ
ସୁଭଦ୍ରା ଭୁବନେଶ୍ୱରୀ ,
ଜଗନ୍ନାଥ ମୋର ଦକ୍ଷୀଣ କାଳିକା
ମତ ଥିଲା ତାଙ୍କ ଭରି ।
ଆଜି ପୁଣି ସେଇ ତାଙ୍କରି ଦିନରେ
ଆଶୀର୍ବାଦ କରେ ଭିକ୍ଷା,
ତାଙ୍କ ପାଦ ତଳେ କବିତା ରଖି ମୁଁ
ସମର୍ପଣ ଦିଏ ଲେଖା ।
ମନର ଲୁହ କୁ ଦୀପରେ ସଜେଇ
କରିଛି ତାଙ୍କୁ ଅର୍ପଣ,
ସମାଜ ଆଖିରେ ଅଗ୍ନି ପ୍ରତିକ୍ରିୟା
ତାଙ୍କ ପାଇଁ ସମର୍ପଣ ।
ଜଳୁଛି ସଳିତା ନିଜ ଦେହ ଜାଳି
କରୁଛି ଅନ୍ଧାର ଦୂର,
ତେଲ ଭରି ଦେଇ ସଭିଏଁ କୁହନ୍ତି
ଦୀପକୁ ଜୁହାର କର ।