STORYMIRROR

Swatirasmi Rout

Drama Romance

3  

Swatirasmi Rout

Drama Romance

ତୁମ ପ୍ରତିଛବି

ତୁମ ପ୍ରତିଛବି

1 min
368

ଜୀବନ ସମୁଦ୍ରର ବେଳାଭୂମିରେ ଆଙ୍କିକରି

ସ୍ବପ୍ନ ସାଗର ତରଙ୍ଗିଣୀରେ ଉଙ୍କିମାରି ଭାସିଆସୁଥିବା ପ୍ରତିଛବିଟିକୁ ଯେବେ ଆଖିଉଠାଇ ମୁଁ ଦେଖେ

ତୁମ ଚେହେରା ତୁମ ହାସ୍ୟବଦନର ଆବେଗତା ସ୍ଥାନଟିଏ ବାଛିନିଏ ମୋ ପାଖେ ।


ସେହି ସ୍ୱପ୍ନର ଦରିଆରେ ଦିଗହୀନ ନାବିକଟି ମୁଁ ସତେ

ଆଶା ଆଲୋକର ବତୀ ଧରି ଆସିଛ ତୁମେ ମୋର ପଥେ

ଅନ୍ଧାର ଆଲୋକର ଲୁଚକାଳିରେ ହଜିଯାଇନି ମୋର ସତ୍ତା, 

ଧିପଧିପ ହୋଇଜଳୁଛି ଜଳିବ କାମନା ଆଶା ର ଏ ଚିତା ।


ଭାବନା, ଉଦ୍ଦୀପନା ଏ ସବୁ କ'ଣ ଏକ ପ୍ରଲୋଭନ

ତେବେ କିଛି କିଛି ଇଚ୍ଛା କେବେ ହୁଏନି କାହିଁକି ମଳିନ

ଜୀବନ ପଥରେ ତୁମେ ଆଶାବାଡ଼ି ଏହା ମୋ ମନର ଭାଷା, 

ହୃଦୟ ବି ସ୍ଥିର, ମନ ସହ ମିଶି ସଜାଡୁଅଛି ସେ ବସା ।


ଜୀବନ ବାଟଟି ଚାଲି ଶିଖିନାହିଁ ଏକଥା ମୁଁ କୁହେ ନାହିଁ

ଝୁଣ୍ଟି ଝୁଣ୍ଟି ପଡ଼ି କ୍ଷତ ବିକ୍ଷତ ଏବେଯାଏ ହୋଇନାହିଁ

କାରଣ ଖୋଜିଛି, ବହୁତ ଭାବିଛି କିନ୍ତୁ ଦିଶାହୀନ

ମନ ବି କହିଲା ହୃଦୟ କହିଲା ସେହି ପ୍ରିୟଲୋକ ପାଇଁ ।


ତୂଳୀ ଧରି ବସି ଆଙ୍କିବାକୁ ଆଜି ଯେବେ ମୁଁ ରଙ୍ଗ ଖୋଜୁଛି

ତୁମ ପ୍ରେମ ରଙ୍ଗ ଉଦ୍ଭାସିତ ହୋଇ ଆଖିକୁ ଝଲସାଉଛି

କାନଭାସ୍ ଖୋଲି ବିନ୍ଦୁଟିଏ ଦେଲେ ଛବି ଯେ ଆପେ ଆଙ୍କୁଛି,

ତୁମ ପ୍ରେମ ଆଉ ତୁମ ଛବି ପୁଣି ମୋର ଦୁନିଆରେ ଦିଶୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama