ଜୀବନ ସାଥୀ
ଜୀବନ ସାଥୀ
ସାଥୀ ଟିଏ ଖୋଜିବାକୁ ଯାଇ ତୁମକୁ ପାଇଛି
ପ୍ରେମର ଭାଷା ଯେ ମୁଁ ତୁମଠାରୁ ଶିଖିଛି,
ଜୀବନର ସେ ଦୁଇ ଅଲେଖା ଫର୍ଦରେ
ଛବି ଆଙ୍କି କିଛି ଜାଗା ଖାଲି ମୁଁ ରଖିଛି ।
ସ୍ୱପ୍ନର ବେଳାଭୂମି ରେ ଛୋଟ ବାଲୁକାର ଘର
ସେହି ଘରେ ଅସୁମାରୀ ସ୍ୱପ୍ନର ସାଗର,
ଡେଣା ଝାଡି ମନପକ୍ଷୀ ଉଡିଯାଏ ଦୂର ଅନ୍ତରୀକ୍ଷେ
ନିତିଦିନ ଫେରିଆସେ ପୁଣି ତୁମ ପାଖେ ।
କିଛି ମୁହୂର୍ତ୍ତର ଜୀବନ ଏ ନୁହେଁ କାହାର ଆୟତ୍ତ
ହେଲେ ବି ଆଜି କାହିଁକି ବୁଝେନି ଏ ଦିଶାହୀନ ଚିତ୍ତ,
ଭାବନା ଓ ଆଶାର ଏ ବିସ୍ତୃତ କାହାଣୀ
ନୁହେଁ କେବେ ଅଳଙ୍କୃତ ନେଇ କିଛି ମନଲୋଭା ବାଣୀ ।
ଜୀବନର ରାହା ଖୋଜି ଯେବେ ଥକି ମୁଁ ଯାଉଛି
ତୁମ ଛବି ଦେଖି ପୁଣି ଜାଗି ଯେ ଉଠୁଛି ,
ତୁମ ଭାବନା ରାଇଜର ଏକ କ୍ଷୁଦ୍ର ଅଂଶ ମୁହିଁ
ଅବଧି ଲଂଘି କରି ଆଶା କୁ ରହିଅଛି ଚାହିଁ ।
ପ୍ରିୟର ମଣିଷ ତୁମେ ଏହି ଅଭାଗିନୀର
ଜାଣି ବି ଅଜଣା ସିଏ କିଛି ସତ୍ୟ ଜୀବନର ,
କଲମ ବି ଜାଗି ଉଠେ ତୁମ ଭାବନାରେ
ତୁମ ସ୍ନେହ ପ୍ରେମ ଅଗ୍ରପୂଜ୍ୟ ମୋର ମନ ମନ୍ଦିରରେ ।

