Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Sachin Sarangi

Drama

4.5  

Dr. Sachin Sarangi

Drama

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
223


କେଉଁ ଏକ ଅଧୁରା ଓଠର

ଆକାଙ୍ଖିତ କଳ୍ପନାର

ସୁନେଲି ହସ ନେଇ

ହୃଦୟର ନିବିଡ଼ତାର

ସୁମଧୁର ସ୍ଵପ୍ନ ସବୁକୁ

ମଧୁଚନ୍ଦ୍ରିକା ଲେପିବାର

ଲାବଣ୍ୟ ଶୈଳୀରେ

ଆପଣେଇ ପାର, ସ୍ମୃତି ତୁମେ ।


ଅଙ୍କା ବଙ୍କା, ଆଲୁରୁ ବାଲୁରୁ

କୁନି କୁନି ଚିତ୍ର ପଛ ପଟେ

ହୃଦୟର କେଉଁ ଏକ ନିଷ୍ପାପ

ସରଳ ଅଚିହ୍ନା କୋଣରୁ

ଅଦମ୍ଯ ସାହସ କରି

ରୋମାଂଚିତ ତୂଳୀରେରେ

ଆଙ୍କି ହୋଇ ଯାଅ

ସୁନ୍ଦର ଦିଶିବା ପାଇଁ , ସ୍ମୃତି ତୁମେ ।


ସ୍ୱଛନ୍ଦରେ ସୁନ୍ଦର ପୃଥିବୀର

ପରିକଳ୍ପନା କରି

ସ୍ନେହମୟି ହୃଦୟ ରେ

ବିନ୍ଦୁ ବିନ୍ଦୁ ଚନ୍ଦନ ଟୋପାର

ସୌଜନ୍ୟକୁ ଆଧାର କରି

ଅନାବିଳ ଛବି ମାଧ୍ୟମରେ

ଆଙ୍କି ହେଇପାର, ସ୍ମୃତି ତୁମେ ।


ସୁମଧୁର ମଳୟର

ପ୍ରୀତି ଭରା ଚୁମ୍ବନରେ

ସମର୍ପିତ ଭାବ ରଖି

ଶୂନୟନୀ ଆଖି ଦୁଇ ଟିରେ

ରୋମାଞ୍ଚିତ କରିପାର

ହୃଦୟ ର ନିଷ୍କପଟ ଭାବନାକୁ

ଆଖିରେ ବି କହି ପାର, ସ୍ମୃତି ତୁମେ ।


ବୁଲ ବୁଲର ସ୍ବପ୍ନିଳ ଉନ୍ମାଦ

ଆଉ ସ୍ଵର୍ଗୀୟ ଆକର୍ଷଣ ଭରା

ପ୍ରୀତିର ମୂର୍ଚ୍ଛନାରେ

ରଙ୍ଗ ବେରଙ୍ଗର କଳ୍ପନାରେ

ସାତ ରଙ୍ଗର ଶୃଙ୍ଗାର

ଆଙ୍କି ପାର, ଭରିପାର, ସ୍ମୃତି ତୁମେ ।


ସ୍ୱପ୍ନ ଭରା ଆଖିତଳେ

ସୁମଧୁର ଭାବପ୍ରବଣତାକୁ

ସୁଧାରି ନ ପାରି

ଅନ୍ତରର ସରାଗକୁ

ପୁଲକିତ ଭରା ଆବେଗରେ

ସାରସ୍ଵତ ମୂର୍ଚ୍ଛନା ସବୁକୁ

ନୀରବରେ ନିଶବ୍ଦରେ

ସମର୍ପିତ କରିପାର

ଅନର୍ଗଳ ପିଇ ଯାଇ ପାର, ସ୍ମୃତି ତୁମେ ।


Rate this content
Log in

Similar oriya poem from Drama