STORYMIRROR

Dr. Sachindra Nath Sarangi

Inspirational

3  

Dr. Sachindra Nath Sarangi

Inspirational

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି

1 min
737

ଏମିତି ହୁଅନ୍ତାନି

ସକାଳୁ ସକାଳୁ ରାସ୍ତାରେ

ଚାଲିବାର ସୁଯୋଗ ଟିକେ ମିଳନ୍ତା ନି

ବଜାରରୁ ଅମ୍ଳଜାନ ନକିଣି

ପ୍ରକୃତିର ଅମ୍ଳଜାନ ଟିକେ ମିଳି ଯାଆନ୍ତାନି ।


ଏମିତି ହୁଅନ୍ତାନି

କିଛି ସମୟ ବିତନ୍ତାନି, ନିଜ ପରିବାର ସାଥେ

ସକାଳର ଚାହା କପେ ମିଳନ୍ତାନି

ବିନା ଆଜିଥ୍ରୋମାଇସିନ ଟାବଲେଟରେ

ଆଉ ଫେରି ଚାହିଁବାକୁ ପଡ଼ନ୍ତାନି

ପି. ପି. ଇ. କିଟ ପିନ୍ଧା ନର୍ସ ହାତକୁ ।


ଏମିତି ହୁଅନ୍ତାନି

ଶୁଣିବାକୁ ମିଳନ୍ତାନି,

ପାଖ ଖଟିଆର ସେ ଚାଲିଗଲା

ଏମିତି ଖବର ଆସନ୍ତାନି

ମୋ ଅମ୍ଳଜାନ କମ୍ ଅଛି

ଆଉ ଲାଗନ୍ତାନି,

ମୋ ପାଖେ କେହି ବି ନାହାନ୍ତି ।


ଏମିତି ହୁଅନ୍ତାନି

କଷ୍ଟେ ମଷ୍ଟେ ଜୀଇଁବା ନି, ଭଲ ରେ ବଞ୍ଚିବା

କିଛି ବି ମୁଖା ନଲଗାଇ

ଅମ୍ଳଜାନ ସବୁ ପ୍ରକୃତିରୁ ନେବା

କାଲିଭଳି ମିଳାମିଶା କରି

ଏକା ସାଙ୍ଗରେ ରହି ପାରୁ ଥିବା ।

ସତରେ, ଏମିତି କେବେ ହେବ ?


Rate this content
Log in

Similar oriya poem from Inspirational