Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

କେଉଁ ନାମ ଧରି ଡାକିବି ତୁମକୁ!

କେଉଁ ନାମ ଧରି ଡାକିବି ତୁମକୁ!

1 min
533


ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅନନ୍ତ ପ୍ରକୃତି 

ଅଖଣ୍ଡ ମଣ୍ଡଳାକାର ମଧ୍ୟେ ମହା ଜ୍ୟୋତି। 

ଅଗଣିତ ତାରା ସୂର୍ଯ୍ୟ ତହିଁ ଗ୍ରହପୁଂଜ

ତନ୍ମଧ୍ୟେ ପୃଥିବୀ ଆମ ପ୍ରକୃତିର କୁଂଜ ।

ନୀଳ ମହାକାଶ ତଳେ ସୁନୀଳ ସାଗର

ଅନନ୍ତ ଜଳଧି ମଧ୍ୟେ କାହିଁ ଆମ ସ୍ଥଳ ।

ସ୍ଥାବର ଜଂଗମ କାହିଁ କେଦାର କାନନ

ତୃଣ ତରୁ କୀଟ ପଶୁ ପକ୍ଷୀ ନିଜ ସ୍ଥାନ ।

ସୃଷ୍ଟିର ଶ୍ରେଷ୍ଠ ଜୀବନ ମନୁଷ୍ୟ ମନନ 

କାହାଯୋଗୁଁ ହେଲା ଆମ ଧରା ଆଗମନ !

ଦିନ ରାତି ଋତୁ ଚକ୍ର ଦିନ ମାସ ବର୍ଷ 

କାହା ନିର୍ଦ୍ଦେଶରେ ଆମ ଜୀବନ ହରଷ !

ସୃଷ୍ଟିକର୍ତ୍ତା ତ୍ରାଣକର୍ତ୍ତା ସଙ୍ଘାର କରତା

କିଏ ଏଇ ବ୍ରହ୍ମାଣ୍ଡର ଧରତା ଭରତା !

ନଦ ନଦୀ ପର୍ବତ ବୃକ୍ଷକୁ କଲା ପୂଜା

ପୂର୍ବ ପୁରୁଷଙ୍କ ଡୁମା କଲା ତାଙ୍କ ଚର୍ଯ୍ୟା। 

ଶାଳଗ୍ରାମ ମୂର୍ତ୍ତି ପୂଜା ଅବା ଅମୂର୍ତ୍ତ ର

ଶୂନ୍ୟ ଦେହୀ ଅଣାକାର ନିରଂଜନଙ୍କର ।

କ୍ରମେ ହେଲା ଧର୍ମ ଗୋଷ୍ଠୀ ବିଭିନ୍ନ ବିଶ୍ୱାସ 

ଗୋଟିଏ ରକ୍ତ ଗୋଟିଏ ବାୟୁ ବହେ ଶ୍ୱାସ ।

ଈଶ୍ବରଙ୍କୁ ଭାଗ ଭାଗ କରି ଇଛାମତ

ଧର୍ମ ଧ୍ୱଜା ଉଡାଇଲା ବୋଲାଇ ସାମନ୍ତ ।

ପିତା ଯଦି ଏକ ବିଶ୍ୱ ପିତା କାହିଁ ଭିନ୍ନ 

ଧର୍ମପତି ବନିବା'ର ବୃଥା ଅଭିମାନ !

ଅଣାକାର ଅବ୍ୟକ୍ତ ଅଚିନ୍ତ୍ୟ ନିରଂଜନ

ଅନନ୍ତ ପୁରୁଷୋତ୍ତମ ଅଖିଳ ନିଦାନ ।

ହେ ପ୍ରାକୃତ ବ୍ୟାପ୍ତ ତୁମେ ସର୍ବ ଚରାଚର

ଲୀଳାୟିତେ ସୃଷ୍ଟି ସ୍ଥିତି ପ୍ରଳୟ ତୁମର ।

ହେ ମନୁଷ୍ୟ ଈଶ୍ବରଂକ ଶ୍ରେଷ୍ଠ ପ୍ରତିକୃତି 

କାହିଁକି କରୁଛ ନିଜ ମସ୍ତିଷ୍କ ବିକୃତି !

ମାନବ ସେବାରେ ମିଳେ ଈଶ୍ବର ଦର୍ଶନ

ତୀର୍ଥ ସ୍ଥାନେ ଖୋଜେ ମୁହିଁ ମୂଢ ନରାଧମ ।



Rate this content
Log in