ଆମ ପରିବେଶ
ଆମ ପରିବେଶ
ସୁନ୍ଦର ଏ ଆମ ପରିବେଶ
ଆମେ କରୁଅଛେ ହତ୍ୟା
କଳକାରଖାନା ନିର୍ଗତ ଧୂଆଁରୁ,କରିବ କିଏ ସେ’ ରକ୍ଷା ॥
ବାନ ଫୁଟେଇଲୁ ଚାଇନା ବମ
ବିଷ ରସାୟନେ ସୃଷ୍ଟି
ପାର୍ବଣ ନାଆଁରେ ବାୟୁ ମଣ୍ଡଳର ଅନେକ କରିଲୁ ତ୍ରୁଟି ॥
ଅଙ୍ଗାର କାମ୍ଳରେ ଭରିଦେଲୁ ଯେବେ
କେମିତି ମିଳିବ ରାହା
ସୃଷ୍ଟି ନଷ୍ଟ କଲେ କିଏ ସେ ରଖି,କେଉଁ ଶକ୍ତି ହେବ ସାହା ॥
ବିଜ୍ଞାନ କହୁଛି ଜୀବ ଜଗତକୁ
ମିଳିବନି ଆଉ ଜଳ
ଜଳ ମଗ୍ନ ହେବ ପ୍ରଳୟ ରଚିବ ହୋଇ ଗ୍ଲେସିୟର କ୍ଷୟ ॥
ଆମ ପାଖେ ଯଦି ନାହିଁ ତା’ଉପାୟ
କରୁ ପରିବେଶ କ୍ଷୟ
ନିଜ ହାତେ ନିଜ ହୟାକାରୀ ହୋଇ କହୁ ପାର୍ବଣର ଜୟ ॥
ପାର୍ବଣ ପାଳିଲୁ ପାଣି ନଷ୍ଟ କଲୁ
ବୋଇତ ମେଲିଲୁ ଜଳେ
ବାଣ ଫୁଟେଇକି ବାୟୁ ନଷ୍ଟ କଲୁ, ପୂଜାର୍ଚ୍ଚନାର ଛଳେ ॥
ପ୍ରତିଯୋଗିତାରେ ରଖିଲୁ ବାଣକୁ
ମାରିବାକୁ ସିଂହ ଭାଗ
ଜଳରୁ ଆକାଶ ହାହାକାର ହୁଏ , ବିତ୍ପାତେ ଓଡିଶା ଆଗ॥
ଏବେ ଧରା ପୃଷ୍ଠ ଅସୁହା ହେଲାଣି
କେମିତି ବଞ୍ଚିବା କୁହକେତେକ ଅଜଣା ଅଜ୍ଞାନୀଙ୍କ ପାଇଁ ଭାନେ ବଞ୍ଚିବାର ମୋହ ॥
ବେଳ ଥାଉ ବନ୍ଧ ବାନ୍ଧ ହେ ! ସୁଜନ
ଏ କଥା ଟିକିଏ ହେଜ
ଅମ୍ଳଜାନ ଯଦି ସୁରକ୍ଷିତ ରହେ ,ରହିବ ଜିଇଁବା ତେଜ॥
ଗଛ ନ ଲଗାଉ ପ୍ଲାଷ୍ଟିକରେ ଖାଉ
ବର୍ଜ୍ୟ ବସ୍ତୁ କରି ଜମା
ବାଷ୍ପିକରଣେ ସେ ବିଷ ରୂପ ନେଇ ବଊଦରେ ହୁଏ ଜମା
॥
ଭୂମିରୁ ଭୂମାକୁ ପ୍ରଦୂଷିତ କଲେ
କେମିତି ସହିବ ଧାରା
ଅଦିନିଆଁ ଝଡ କୁଳିଶ ବରଷା, ଦେଖିବା ଜୀବନ ସାରା ॥
ପ୍ରଦୂଷଣ ମୁକ୍ତ ନାହିଁ କେଉଁ ସ୍ଥାନ
ସ୍ଵଚ୍ଛତା ଅଭାବେ ଯାହା
ଦେବା ଦେବୀ ନିଜେ ହେଲେ ଅସହାୟ, କିଏ ସେ ହୋଇବ ସାହା ॥
ବେଦରେ ବର୍ଣିତ ଶକ୍ତି ଅଟେ ସୃଷ୍ଟି
ସୃଷ୍ଟି କରୁ ଅଛୁ କ୍ଷୟ
ଶକ୍ତି ହିନ ହୋଇ ଅକାଳେ ମରଣ, କପାଳ ଲିଖନେ ଥୟ ॥
ସାଧୁ ସନ୍ଥେ ଯେବେ ତ୍ୟାଗ କରୁଥିଲେ
ସମାଧିସ୍ଥ ହୋଇ ଦେହ
ମାଟିର ପିଣ୍ଡକୁ ମାଟି ମୁଠେ ଦେଇ, କରୁଥିଲେ ଜୟ ଜୟ ॥
ସ୍ଵଛତାରେ ସଦା ବିରାଜନ୍ତି ଲକ୍ଷ୍ମୀ
ଏ କଥା ସଂସ୍କୃତି ଗାଥା
ମଇଳାକୁ ସଫା କରୁଅଛି ଯିଏ, ଧନ୍ୟ ତାର ମହାନତା ॥
ସୂର୍ଯ୍ୟ ନାରାୟଣ ସଫେଇରେ ବ୍ୟସ୍ତ
ପ୍ରଦୂଷଣ କରେ ନାଶ
ରୋଗକୁ ଡାକ୍ତର ସଫା କରିଥାଏ,ଗୁରୁ ନାଶେ ମୂର୍ଖ ଦୋଷ ॥
ସଫେଇରେ ବ୍ୟସ୍ତ ଏ ସାରା ସଂସାର
ଦୃଶ୍ୟ ଅଦୃଶ୍ୟରେ ଥାଇ
ପିଣ୍ଡ ସଫାହୁଏ ଦିବ୍ୟ ଜ୍ଞାନ ମିଳେ ଇଶ୍ଵର ନାମକୁ ଗାଇ॥
ଆଧ୍ୟାତ୍ମିକ ଗୁଣ ନିର୍ଗୁଣ ବଖାଣେ
ଅରୂପ ରୂପରେ ହରି
ଆବର୍ଜନା ଯେତେ ନିଅନ୍ତି ସଧୀରେ ସନ୍ଥ ଗୁଣ ଦେହେ ଧରି ॥
ଶକ୍ତିକୁ ବଞ୍ଛାଅ ନିଜେ ବଞ୍ଚିବାକୁ,
ଲଗାଅ ଗଛ ଅନେକ
ସଫେଇରେ ବ୍ରତୀ ହୁଅ ହେ ! ସକଳ,ମାନବୀୟ ଧର୍ମେ ଟେକ ॥