Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Sachindra Nath Sarangi

Classics Inspirational

4  

Dr. Sachindra Nath Sarangi

Classics Inspirational

ସମ୍ପର୍କ

ସମ୍ପର୍କ

1 min
358


ସମ୍ପର୍କ ଗୋଟିଏ ବିଶ୍ଵାସର ଡୋର

କେବେବି ସେ ଛିଣ୍ଡେ ନାହିଁ

ଅବିଶ୍ବାସ ପଶି ସମ୍ପର୍କ ତୁଟିଲେ

ଯୋଡି ପାରନ୍ତିନି କେହି ।


କୃଷ୍ଣ ସୁଦାମାଙ୍କ ସମ୍ପର୍କ ନିଆରା

ହୃଦୟେ ପୁଲକ ଜାଗେ

କେତେ ଶରଧାରେ ଖୁଦ ଭଜା କୃଷ୍ଣ

 ଗୋଟାଇ ଖାଇଲେ ଆଗେ ।


ଦୁଇଟି ମନର ମିଳନେ ସମ୍ପର୍କ

ଆତ୍ମା ଏଠି ଏକ ହୁଏ

ଏମିତି ସମ୍ପର୍କ ତୁଟେ ନାହିଁ କେବେ

ଭାଙ୍ଗି ପାରନ୍ତିନି କିଏ ।


ମନହିଁ ସବୁଠୁ ସ୍ୱଚ୍ଛର ଆଇନା

ବିଶ୍ୱାସେ ଭରସା ବନ୍ଧା

ମନ କେବେ ଯଦି କଳୁଷିତ ହୁଏ

ସମ୍ପର୍କରେ ଆସେ ବାଧା।


ଭାଇ ଭଉଣୀଙ୍କ ସମ୍ପର୍କକୁ ଦେଖ

କେବେ ବି ତୁଟି ନ ଥାଏ

କେବେକେବେ ସ୍ୱାର୍ଥମନା ଏ ମଣିଷ

ଭଉଣୀକୁ ବି ଧୋକା ଦିଏ ।

ସ୍ୱାମୀସ୍ତ୍ରୀଙ୍କର ସମ୍ପର୍କ ଏମିତି

ସାତ ଜନମକୁ  ଥାଏ

ଅଗ୍ନି ସାକ୍ଷୀ ରଖି ସମ୍ପର୍କ ଯୋଡନ୍ତି

ସାତଫେରା ନେଇ ସିଏ ।


ରାଧା କୃଷ୍ଣ ମୀରା ପ୍ରେମର ସମ୍ପର୍କ

ଅଛି ଯୁଗ ଯୁଗ ପାଇଁ

କେତେ ଅପବାଦ ସହି ସେ ନାହାନ୍ତି

କେବେ ବି ଗଲେ ଦୂରେଇ ।


ଆଜିକାଲି ଦେଖ ସମ୍ପର୍କ ଏମିତି

ସ୍ୱାର୍ଥକୁ ଆଗେ ରଖନ୍ତି

ଅଧାବାଟ ଟାରେ ହାତ ଛାଡି ଦେଇ

ସମ୍ପର୍କକୁ ଭୁଲିଯାନ୍ତି ।


Rate this content
Log in

Similar oriya poem from Classics