ଆମ ପରିବାର
ଆମ ପରିବାର
ବାଲିପଡା ଗ୍ରାମ ସାହୁ ପରିବାର
ଅଟେ ସେ ଆମରି ଘର,
ଟଗରଗଛ ଆମ ପ୍ରବେଶ ଦ୍ଵାରରେ
ଆଗରେ ଓସ୍ତ ଓ ବର ।
ଗୋତ୍ରରେ ଭରଦ୍ଵାଜ
ଜାତିରେ ଆମେ ପାଟରା,
ଘରେ ଆମେ ପାଳିଥାଉ
ସବୁ ପରମ୍ପରା ।
ମାଟି,ବାଉଁଶ ଓ ଛଣରେ ଜେଜେ
ତିଆରି ଥିଲେ ଖଞ୍ଜାର ଘର,
ପିଉସୀ ବାପାମାନେ ବସି ଖାଆନ୍ତି
ରାଇତା ଶୁଖୁଆର ।
ଘରପାଖ ଗାଡ଼ିଆର ତଟକାମାଛ
ଅତି ପ୍ରିୟ ଜେଜେଙ୍କର,
ଜେଜିମା ରାନ୍ଧେ ଅଧରାତିରେ ଦେଇ
କଂସାଏ ସୋରିଷ ବାଟଣ।
ବାପା ପାଞ୍ଚଟିକି ପିଉସୀ ତିନୋଟି
ଅତିକଷ୍ଟରେ ସେବଡ ହୋଇ,
ପାଳିଛନ୍ତି ଆମକୁ ଜାକ ଯମକରେ
ହୋଇ ସେ ବ୍ୟବସାୟୀ ।
କୋଠାଘର ତିଆରି କାନ୍ଥରୁ ଖସୁଛି
ପୁଳା ପୁଳା ପଲସ୍ତରା,
ଏ ବ୍ୟସ୍ତ ବିବ୍ରତ ଦୁନିଆରେ ନାହିଁ
କାହା ଭପାଖେ ଟିକିଏ ସମୟ ତରା ।
ଜେଜେ ମୋର ଯଦୁନାଥ
ଜେଜି ହେଲେ ଶ୍ରୀମତୀ,
ବଢିଥାଏ ଅସରନ୍ତି ଶ୍ରଦ୍ଧା ମୋ
ଝିଆରୀ ପୁତୁରା ପ୍ରତି ।
ଦଶ ଭାଇ ଚାରି ଭଉଣୀରେ
ଆମ ଘର,
କରନ୍ତି ସମସ୍ତେ ଏଠି
ସ୍ନେହ ଓ ଆଦର ।
ଆଜିକାଲି ଏଠି ପାରା କୁକୁଡାଙ୍କୁ
ନେଇ ଆରମ୍ଭ ହୁଏ ସକାଳ,
ଘରକୁ ଗଲେ ଭାଉଜ ବାଢିଥାନ୍ତି
କଂସାଏ ପଖାଳ ।
ପୂଜା ପରବରେ
ଘର ହୁଏ ପୁରଣ,
ବଳଭଦ୍ର ଜନ୍ମ ଆମ ବଡପର୍ବ
ଅଟେ ସେ ରକ୍ଷାବନ୍ଧନ ।
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ
ଅଟେ ଯେ ନିୟମ ସଂସାରର,
କାନ୍ଦୁଥାଉ ଆମେ ହସୁଥାଉ ଆମେ
ନ ଫାଟ ପଡ଼ୁ କେବେ ଏ ଚାରି କାନ୍ଥର ।
ସାନବାପା ଅଟନ୍ତି ଯେ
କଲେଜର ପ୍ରଫେସର,
ଘରକୁ ଆସନ୍ତି ଯେବେ ସେ
ଆଣିଥାନ୍ତି ପିଠା ମିଠା ଶ୍ରୀକ୍ଷେତ୍ରର ।
ଭାଉଜମାନେ ଆସିଲେ କଟକ ଓ ପୁରୀରୁ
ଭଉଣୀ ଗଲା ଭୁବନେଶ୍ବରକୁ,
ଏକାଠି ହୁଅନ୍ତି ସମସ୍ତେ
ଦଶହରା ଓ ଯାନିଯାତରାକୁ ।
ଜେଜେବାପା ଓ ଜେଜେମାଆ ମିଶି
ଗଲେ ତ ଆରପାରିକୁ,
ଶିଖେଇ ଦେଲେ ପୁଅଝିଅଙ୍କୁ ଭାଙ୍ଗିବନି
କେହି ଯଦୁବଂଶ ପାନଖିଆକୁ ।