STORYMIRROR

Subhadarsini Sahoo

Others

3  

Subhadarsini Sahoo

Others

ଗୁରୁ ଦିବସ

ଗୁରୁ ଦିବସ

1 min
187


ଆଖି ଥାଇ ଅନ୍ଧ ଥିଲି ଯେବେ ମୁହିଁ

ବିଦ୍ୟାଦାନୀ ଦୁରେଇଲ ଅନ୍ଧାର 

ଥିଲି ମୁଁ ଗୋଟିଏ ମଙ୍କଡ଼ା ପଥର

ଗଢିଦେଲ ମୂର୍ତ୍ତି ମତେ ସ୍ଥାପତ୍ୟର

ଖାଲି କାଗଜଟେ ଥିଲା ଏ ଜୀବନ

ଅକ୍ଷର ଖଞ୍ଜାଇ ସୁନ୍ଦର କଲ

କୋମଳ ଆଙ୍ଗୁଠିରେ ଖଡ଼ିଟେ ଧରାଇ 

ତିନୋଟି ମଣ୍ଡୁଳା ମଡ଼ାଇ ଦେଲ 

ଉଚ୍ଚସ୍ୱରେ ମତେ କହିଦେଇଥିଲ

ତିନି ଶୁନ ମୋର ତିନି ଠାକୁର

ସେ ତିନି ଠାକୁର ତୁମେ ଗୁରୁଦେବ 

ତୁମେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର।

ପିଲାବେଳେ ଯାଏ ନାହିଁ ବିଦ୍ୟାଳୟ 

ବୁଝାଉଥିଲ ମୋ ଘରକୁ ଆସି

ମିଛକଥା ଅଟେ ମହାପାପ ବୋଲି

ଶିଖାଉଥିଲ ମୋ ପାଖରେ ବସି

ହସେଇ ହସେଇ ପାଠ ପଢେଇଲ 

ଅଜ୍ଞାନ ଅନ୍ଧାର ଦୂର କରାଇ

ଆଜି ବି ଅନେକ ଅବୁଝା ରହିଛି 

ଗୁରୁଦେବ ମତେ ଦିଅ ବତାଇ

ନୁହେଁ ମୁ ଆରୁଣୀ ଅବା ଏକଲବ୍ୟ

ନୁହେଁ ଅବଦୂତ କି ଉପମନ୍ୟୁ 

ଅମା ଅନ୍ଧକାର ଅପସରିବ ବା

ଗୁରୁ ବିନା କେମିତି ଏ ଜୀବନୁ।

ହେ ଗୁରୁଦେବ ଅମୃତମୟ

ଲେଖନୀ ଧରିଛି ତୁମ ଆଶିଷେ

ଜ୍ଞାନର ଭଣ୍ଡାର ଅସରନ୍ତି ତବ

ଶିଷ୍ୟଙ୍କ ମସ୍ତକେ ସଦା ବରଷେ।

ପରମ ପୂଜ୍ୟ ହେ ଗୁରୁଦେବ 

ହରସେ ପାଳୁଛି ତୁମ ଦିବସ

ପାଦତଳେ କୋଟି ପ୍ରଣାମ କରୁଛି

ସଦା ଲୋଡ଼ା ମୋର ତୁମ ଆଶିଷ।


Rate this content
Log in