STORYMIRROR

Subhadarsini Sahoo

Romance

4  

Subhadarsini Sahoo

Romance

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
8

ଏକ ଅଚିହ୍ନା ଆଖି,
ସେହି ଆଖିରେ ମୁଁ ଆଜି ବଶୀଭୂତ ହୋଇଛି,
ଆଖି ଖୋଲା ଥାଇ ବି ମୁଁ ଆଜି ସ୍ୱପ୍ନ ଦେଖୁଛି।
କାଗଜ କଲମ ସାଥୀ ହେବେ କି ନା ତା' ମୁଁ ଜାଣେ ନାହିଁ,
ମୋ ଶବ୍ଦର ସବୁ ସୋନ୍ଦର୍ଯ୍ୟକୁ ଲେଖୁଛି ତୁମର ରୂପକୁ ଚାହିଁ।
ରହିଛି ତା'ର ଛବି ମୋ ସ୍ମୃତିର ପ୍ରତିଟି ପୃଷ୍ଠାରେ,
ସାଇତି ରଖିଛି ତା'ର ପ୍ରତିଧ୍ୱନି ମୋ ହୃଦୟର ପ୍ରତିଟି କୋଣରେ।
କେତେ ଅକୁହା କଥା କହିଯାଏ ତା'ର ସେହି ସ୍ମିତ ହାସ୍ୟ,
ଭାରି ଭଲ ଲାଗେ ସେହି ନୀରବତାର ଅଦୃଶ୍ୟ ହୃଦୟ।
ପାଇବା ଅପେକ୍ଷା ଖୁସି ବହୁତ ଥାଏ ତ୍ୟାଗରେ,
ସବୁକିଛି ବଦଳି ଯାଏ ଧୀରେ ଧୀରେ ସମୟର ବେଗରେ।
କେବେ ବି ହେବନି ଇତି କିଛି ଅଭୁଲା ସ୍ମୃତି,
ତଥାପି ରହିଥିବି ଚାହିଁ ତୁମ ହୃଦୟକୁ ଯିବାର ରାସ୍ତା ଯେମିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance