STORYMIRROR

Subhadarsini Sahoo

Romance Fantasy

4  

Subhadarsini Sahoo

Romance Fantasy

ଭାବନା କେବଳ ମୁଁ

ଭାବନା କେବଳ ମୁଁ

1 min
5

ତୁମ ଭାବନାର ପ୍ରତି ଶବ୍ଦରେ ମୁଁ,
କେବେ ଥରେ ଭାବି ଦେଖ,
ତୁମ କବିତାର ଅସଜଡା ପଂକ୍ତି ମୁଁ,
କେବେ ଥରେ ସଜାଡି ଦେଖ।

ତୁମ ଖୁସିର ସବୁ ଝଲକରେ ମୁଁ,
କେବେ ଥରେ ହସି ଦେଖ,
ଜ୍ଵଳନର ଅତିରିକ୍ତ ପୀଡ଼ାରେ ମୁଁ,
କେବେ ଥରେ ନିଜେ ଜଳି ଦେଖ ।
ତୁମ ଲୁହ ଭିଜା ଆଖିର ପ୍ରତ୍ୟେକ ବୁନ୍ଦାରେ ମୁଁ,
ନିଜକୁ କେବେ ହଜେଇ ଖୋଜି ଦେଖ,
ସେ ପ୍ରାପ୍ତିର କାରଣ ବି ମୁଁ।

ଆକାଶେ ବର୍ଷାର ପହଲି ଛିଟାରେ ମୁଁ,
କେବେ ଥରେ ବର୍ଷାରେ ଭିଜି ଦେଖ।
 ତୁମ ପ୍ରତିଟି ପ୍ରଶ୍ନର ଉତ୍ତରରେ ମୁଁ,
କେବେ ଥରେ ନିଜକୁ ପଚାରି ଦେଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance