Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Classics Inspirational

4  

Bharatabandhu Biswal

Romance Classics Inspirational

ଶୁଭ ପରିଣୟ

ଶୁଭ ପରିଣୟ

1 min
181



ବିବାହ ଅଟଇ ପବିତ୍ର ବନ୍ଧନ

ନୁହେଁ ପିଲା ଖେଳଘର

ସୁକୁମାରୀ କନ୍ୟା ସାଜେ ନବବଧୂ

ଯୁବକ ସୁବେଶ ବର ।

ପଟୁଆର ଧରି ଆସଇ ପୁରୁଷ

ବାଜଇ ଯୋଡ଼ି ମହୁରୀ

କନ୍ୟା ଗୃହେ ହୁଏ ବିବାହ ସମ୍ପନ୍ନ

ଶୁଭେ ଶଙ୍ଖ ହୁଳହୁଳି ।

ଶୁଭ ପରିଣୟ ପାଣିର ଗ୍ରହଣ

ସମ୍ପାଦିତ ହୁଏ ବିଧି

ଦଶ ଦିଗପାଳ ହୋମର ଅଗ୍ନିକୁ

ରଖାଯାଇଥାଏ ସାକ୍ଷୀ ।

ସାତଟି ବଚନ ଦିଅଇ ପୁରୁଷ

ଆକାଶ ସ୍ୱରୂପ ବର

କନ୍ୟା ରୂପୀ ଧରା କରଇ ଗ୍ରହଣ

ମନ୍ତ୍ର ହୁଏ ଉଚ୍ଚାରଣ ।

ପଡ଼େ ହସ୍ତଗଣ୍ଠି ହୁଏ ସପ୍ତଫେରା

ମାନସ ଶୁଭ ସଙ୍କଳ୍ପ

ଜୀବନ ସମ୍ପର୍କ ରଖିବେ ଅତୁଟ

ପାଳି ଉତ୍ତର ଦାୟିତ୍ଵ ।

ନିର୍ବାହ କରିବେ ସହଭାଗୀତାରେ

ସଂସାରେ ନିଜ କର୍ତ୍ତବ୍ୟ

ସହଚରୀ ପତ୍ନୀ ଅଟନ୍ତି ବାମାଙ୍ଗୀ

ସାହଚର୍ଯ୍ୟେ ଚଉବର୍ଗ ।

ବିତିଯାଏ ଯୁବା ପ୍ରୈ।ଢ ବୃଦ୍ଧାବସ୍ଥା

ଏକତ୍ର ସହାବସ୍ଥାନେ

ବୃଦ୍ଧ ପିତାମାତା ଶାଶୁ ଶଶୁରଙ୍କ

ସେବାଯତ୍ନ ଅନୁକ୍ଷଣେ ।

ଉତ୍ପନ୍ନ ହୁଅଇ ଯଶସ୍ଵୀ ସନ୍ତାନ

ଉଜ୍ଜ୍ବଳ ହୁଅଇ କୁଳ

ଜୀବନ ପ୍ରବାହ ହୁଅଇ ସ୍ୱଚ୍ଛନ୍ଦ

ବିବାହ ମୂଳ ସଂସ୍କାର ।

ନାରୀ ଗୀତ ଛନ୍ଦ ମଧୁର ସଙ୍ଗୀତ

ଉର୍ଜାସ୍ରୋତ ସୁପୁରୁଷ

ସମନ୍ୱୟେ ସୃଷ୍ଟି ସୃଜନ ପାଳନ

ଜୀବନ ହୁଏ ସାର୍ଥକ ।

 


Rate this content
Log in

Similar oriya poem from Romance