ମିଳନ
ମିଳନ
ଦୂର ଦିଗବଳୟ ଧାରେ
ଦେଖ ପ୍ରିୟା ଥରେ
ଭୂମି ସହ ଆକାଶର
ଏ କି ସ୍ଵର୍ଗୀୟ ମିଳନ ,
ପ୍ରେମିକ ପଣରେ
ଚୁମି ଯାଏ ଆକାଶ
ଧରଣୀ ଅଧରେ,
ଲାଜେ ଲାଜେ ,
ମୁଣ୍ଡ ଗୁଞ୍ଜେ ଧରା
ଆକାଶ ବକ୍ଷରେ ,
ପୋଖରୀରେ ଦେଖ
ନୀଳ କୁମୁଦିନୀ ,
ସୁଧାଂଶୁର ସୁଧା ପାନେ
ବିତାଏ ରଜନୀ ,
ଜହ୍ନ ସାଥେ କଇଁର ଏ ,
ମିଳନ ବେଳାରେ
ମଧୁ ଝରାଏ ଜୋଝନା,
ମନ ଆନନ୍ଦରେ,
ପଦ୍ମିନୀ ଫୁଟି ଚାହିଁଛି
ସରୋବର ମଧ୍ୟେ ,
ଆସିବେ ବୋଲି ଭାସ୍କର
ମିଳନର ଲଗ୍ନେ ,
ଅଂଶୁ କରେ ଦିଶିବ ସେ
କେତେ ଝିଲିମିଲି
ମିଳନ ଆଶାରେ ଦେଖ
ହସେ, ପାଖୁଡ଼ା ତା' ଖୋଲି,
ଆନମନା ସେ ତ, ଚଞ୍ଚଳା ତଟିନୀ
କେତେ ଯେ ବ୍ୟାକୁଳ,
ମିଶିଯିବାକୁ ସାଗରରେ ,
ଅବାରିତ ଗତିଶୀଳା ,
ମାନେନା କିଛି ବି ବନ୍ଧନ
ଲକ୍ଷ ତା'ର ସେହି ଯେ,
ନୀଳ ସାଗର ବଦନ ,,
ଆତ୍ମା ଯେହ୍ନେ ପ୍ରସ୍ତୁତ ସର୍ବଦା
ମାୟାଜାଲ କାଟି ,
ନିଜ ଅସ୍ତିତ୍ଵ ହଜାଇ ,
ମିଶିବାକୁ ପରମାତ୍ମା ଚରଣରେ,,
ଅପୂର୍ବ ମିଳନ ଏହି
ଗଢିଛନ୍ତି ବିଶ୍ଵ ନିୟନ୍ତା ଈଶ୍ଵର
ମିଳନ ମଧୁ ଚିତ୍ରର
ସେ ଯେ ନିଜେ ଚିତ୍ରକର ,