Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Tragedy Thriller

3  

Aishwarya Mishra

Tragedy Thriller

ରକ୍ତର ସାମ୍ରାଜ୍ୟ

ରକ୍ତର ସାମ୍ରାଜ୍ୟ

1 min
185


ଖୋଜୁଥିଲ ନା ତୁମେ  

ତାଜା ସତେଜ ରକ୍ତ ;

ଆଙ୍କିବ ବୋଲି ତୁମ ସାମ୍ରାଜ୍ୟର ନକ୍ସା  

ନିଅ  

ଦେଉଛି ମୁଁ ଛାତି ଚିରି  

ଅନେକ ଜୀଅନ୍ତା ଶବର ଲହୁ  

ଲେଖ  ତୁମ ଇତିହାସ 

ସଗର୍ବେ ଉଡାଅ ବିଜୟ-ବୈଜୟନ୍ତୀ  

ସ୍ଥାପନ କର ନୂଆ ଏକ କୀର୍ତ୍ତି  

ରସାତଳଗାମୀ ହେଉ ମାନବିକତା  

ତୁମକୁ କ'ଣ ବା ଫରକ ପଡୁଛି !

ତୁମେ ଆଦିମ କାଳରୁ ପାଲଟିଛ ଚଣ୍ଡାଶୋକ;

ଅନେକ ଦୟା ନଦୀକୁ କରିଛ ରକ୍ତ ରଂଜିତ !

ବାରମ୍ବାର ଖେଳିଛ ରକ୍ତରେ ହୋଲି  

ନିଅ  

ଆଜି ମୁଁ ଭେଟି ଦେଉଛି  

ଉଷୁମ ଲହୁର ପିଆଲା 

ମେଣ୍ଟାଇ ଦିଅ ତୁମର ଯୁଗ-ଯୁଗାନ୍ତର ତୃଷ୍ଣା   

କୋଳେଇ ନିଅ ତୁମର ଚିର ଇପ୍ସିତ ସାମ୍ରାଜ୍ୟକୁ

ଅତି ସନ୍ତର୍ପଣରେ  

ଅଭିଶାପ ରୂପୀ ଆଶୀର୍ବାଦର ଆତ୍ମ-ବଡ଼ିମାରେ   



Rate this content
Log in