Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

nilanchal nag

Romance

4  

nilanchal nag

Romance

ଜୀବନ

ଜୀବନ

1 min
201



ଆଜିର ମେଘୁଆ ପାଗ ଓ ଟୋପା ଟୋପା ବର୍ଷା

ସେଦିନର ଅଭୁଲାସ୍ମୃତିକୁ ମନରେ ଆଙ୍କିଦିଏ

ସେଦିନର କଥା,

ସକାଳୁ ଭୋର୍ ଛ’ଟା,ବସଷ୍ଟାଣ୍ଡରେ ତୁମେ

ଆଉ ଆର ପାରି ଚା’ଦୋକାନରେ ମୁଁ ।


ଚା' ପିଉ ପିଉ ନଜର ତୁମ ଆଡେ

ତୁମେ କିନ୍ତୁ ଅନ୍ୟମନସ୍କ,

କାହାରି ଅପେକ୍ଷାରେ ଥିଲାଭଳି

ବୋଧେ ବସ୍ ର ନା ଆଉ କାହାର ?


ତୁମ ପାଖକୁ ଯିବାପାଇଁ ପାଦ ବଢ଼ାଇଲି

ତୁମ ଯୋଗୁଁ ଅନ୍ୟମନସ୍କ ହୋଇଥାଏ,

ଯାଉ ଯାଉ ମୁଁ ଅନ୍ୟମନସ୍କ ଥିବାରୁ

ତଳେ ଝୁଣ୍ଟିପଡ଼ିଲି ।


ଝୁଣ୍ଟିପଡ଼ି ଉଠି ଦେଖିଲାବେଳକୁ 

ତୁମେ ସେଠି ନାହଁ,

ଚାଲିଯାଇଛ ଦୂରକୁ

ବହୁ ଦୂରକୁ,

ଦୂର ଦୂରାନ୍ତକୁ ।


ଆଜି ବି ସେଇ ପାଗ ଓ ବର୍ଷା

ଖାଲି ଏତିକି ଫରକ୍ ଆଜି ଘରେ ମୁଁ

ଆଉ ତୁମେ କେଉଁ କୋଣ ଅନୁକୋଣରେ...

ସତରେ ଦିନ ସିନା ଚାଲିଯାଏ,

ରାତି ସିନା ପାହିଯାଏ 

ଅଭୁଲାସ୍ମୃତି ସବୁ ରହିଯାଏ ।


Rate this content
Log in

More oriya poem from nilanchal nag

Similar oriya poem from Romance