STORYMIRROR

nilanchal nag

Inspirational

4  

nilanchal nag

Inspirational

ସମ୍ପର୍କ

ସମ୍ପର୍କ

1 min
286

ମା’ର ପଣତ ଗଛର ଛାଇ

ରଖିଥିବୁ ମା’ ଆମକୁ ଘୋଡାଇ,

ଦଶମାସ ଦଶଦିନ ଗର୍ଭେ ଧରିଲ

ମର୍ତ୍ତ୍ୟମଣ୍ଡଳେ ଜନମ ଦେଲ,

ଜନମ ଦେଇ ଚାଲିବା ଶିଖେଇଲ

ସ୍ନେହ ମମତା ସବୁ ଅଜାଡିଦେଲ ।


ଦୁଃଖ ଯନ୍ତ୍ରଣାକୁ ଆଦରି ନେଲ

ଯେତେ ସୁଖସବୁ ଆମକୁ ଦେଲ,

ନିଜେ ଭୋକ ଉପାସରେ ରହିିଲ

ଆମକୁ ଯତନରେ ପାଳିଲ ।


ଦିନୁ ଦିନୁ ଛୋଟରୁ ବଡ କରିଲ

ଦୁନିଆରେ ଚାଲିବା ଶିଖାଇଲ,

ତୁମ କଥାମାନି ପଥ ଚାଲିଲି

ଦୁନିଆରେ ମଣିଷଟିଏ ହୋଇଲି ।


ତୁମ ଆଶୀର୍ବାଦ ସଦାବେଳେ ଥାଉ

ତୁମ ଋଣ ଶୁଝିବାକୁ ଜୀବନ ଯାଉ,

ମାତୃ ପିତୃ ଋଣ ଯେବେ ଶୁଝିବୁ

ତେବେ ହିଁ ଜୀବନେ ଧନ୍ୟ ମଣିବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from nilanchal nag

ଜୀବନ

ଜୀବନ

1 min ପଢ଼ନ୍ତୁ

Similar oriya poem from Inspirational