STORYMIRROR

RAJANIKANT CHOUDHURY

Romance

4  

RAJANIKANT CHOUDHURY

Romance

ଭାବି ଭାବି ତୁମ କଥା

ଭାବି ଭାବି ତୁମ କଥା

1 min
284

ଭାବି ଭାବି ତୁମ କଥା

କେତେ ଯେ ଆଶା ମୁଁ କରେ,

ଲାବଣ୍ୟବତି ଗୋ ଝରା ଶେଫାଳୀ

ତୁମ ପାଇଁ ନିତି ମରେ ।।

ନୀଳ ଆକାଶର ଭସା ବାଦଲ

ମେଘ ମଲ୍ଲାର ଗୋ ତୁମେ,

ରଜନୀର ତୁମେ ଆଲୋକ ବତିକା

ନିତି ଜଳୁ ଥାଅ ତୁମେ ।।

ପ୍ରେମରେ ପ୍ରେମରେ ଦିନ ବିତିଯାଏ

ଦୂରରେ ରହି ମୁହିଁ,

ଛୁଇଁ ପାରୁନି ଆଜିବି ତୁମକୁ

ବଞ୍ଚିକି ମରଇ ମୁହିଁ ।।

କାହିଁ କାହିଁ ବୋଲି ମନରେ ଡାକେ

କେତେ ଦିନ କେତେ ରାତି,

ସତରେ କଣ ଭଲ ପାଉଛ

ହୋଇକି ଜୀବନସାଥି ।।

ଓଠ ଟି ତୁମର ପଦ୍ମ ପାଖୁଡ଼ା

ରଙ୍ଗ ଟି ତୋଫା ଜହ୍ନ

ଆଖିଟି ତୁମର ନୀଳ ନୟନା

ଚଞ୍ଚଳା ପରି ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance