STORYMIRROR

Santosh Kumar Ojha

Romance Others

4  

Santosh Kumar Ojha

Romance Others

ଅମାନିଆଁ ଶୀତ

ଅମାନିଆଁ ଶୀତ

1 min
333

ତମେ ଆସିବ ଆସିବ କହି

              ଆସିଲ ନାହିଁ

ତୁମ ଆସିବା ଆଗରୁ ଶୀତ

             ଆସିଲା ଧାଇଁ ।


ଅବୁଝା ମନ ବୁଝେନା

          ତୁମ ବିନା କିଛି

କୁମୁଦ କି ଚାନ୍ଦ ବିନା 

         ରହିପାରେ ବଞ୍ଚି

ଅମାନିଆଁ ରାତି ମନେ-

          ଜାଳି ଦିଏ ନିଆଁ

ତା' ଠାରୁ ଏଇ ଶୀତ

          ବେଶୀ ଅମାନିଆଁ 

    ନାହିଁ ନାହିଁ କଲେ ବେଶି

    ନାହିଁ ନାହିଁ କଲେ ବେଶି

            ଧରୁଛି ଜଡ଼େଇ

           ମନା ମାନେ ନାହିଁ ।


ତମ ପାଇଁ ସଜେଇଲି

           ଫୁଲର ଚାଙ୍ଗୁଡ଼ି

ଶୀତର ଜାଡ଼ରେ ସବୁ

            ଗଲା ସିନା ଝଡ଼ି

ଅଲାଜୁକୀ ମନ ମୋର

             ହୁଏ ସକସକ

ତା' ଠାରୁ ଏଇ ଶୀତ

            ବେଶି ଅଲାଜୁକ

     ନାହିଁ ନାହିଁ କଲେ ବେଶି

     ନାହିଁ ନାହିଁ କଲେ ବେଶି

           ନେଉଛି କୋଳେଇ

            ମନା ମାନେ ନାହିଁ  ।

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance