Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsnarani Panda

Romance

4  

Jyotsnarani Panda

Romance

କିଛି ଥାଉ ଫଗୁଣକୁ

କିଛି ଥାଉ ଫଗୁଣକୁ

1 min
238



କିଛି ପ୍ରୀତିଫୁଲ ପୌଷେ ଫୁଟି ଝଡୁ 

  କିଛି ଥାଉ ଫଗୁଣକୁ , 

କାଳେ ଏ ହୃଦୟ ଲୋଡିଵ ମଳୟ 

  ଵସନ୍ତରେ ବାସିଵାକୁ ।


କିଛି ମନକଥା ଶୀତରାତି ଶୁଣୁ 

  ଜହ୍ନଟା ଲାଜେଇଯାଉ ,

ବାକି ଯେତେ ଵ୍ୟଥା ଵାସନ୍ତୀ ସନ୍ଧ୍ୟାରେ 

  ଚୋରା ମଳୟରେ ଵହୁ ।


କିଛି ଚୋରାପ୍ରୀତି ଚନ୍ଦ୍ରଭାଗା ତୀରେ 

  ମାଘସ୍ନାନ କରୁଥାଉ ,

କିଛି ମଧୁଗୀତି ମହୋଦଧି ନୀରେ 

  ତିଳତର୍ପଣ ଯେ ଦେଉ ।


କିଛି ସ୍ମୃତି ଭିଜୁ ଶିଶିର ସଞ୍ଜରେ 

  କିଛି ଥାଉ ଚଇତକୁ ,

ବଉଳ ବାସ୍ନାରେ ମଦିରା ନିଶାରେ 

  କୁହୁକୁହୁ ଶୁଣିବାକୁ ।


କିଛି ପ୍ରେମ ଥାଉ ପ୍ରିୟତମ ପାଶେ 

  ବାକିଟା ପ୍ରେମିକ ପାଖେ ,

ଝୁରି ବାରେ କେତେ ଆତ୍ମତୃପ୍ତି ମିଳେ 

  ରାଧା ଏକା ସ୍ଵାଦ ଚାଖେ ।



Rate this content
Log in

Similar oriya poem from Romance