ଅନଙ୍ଗ ଅଭିସାରିକା
ଅନଙ୍ଗ ଅଭିସାରିକା
ହଁ ...ତୁମ ସ୍ପର୍ଶରେ
ଋତୁ ଆଉ ରାତି
ଏକାକାର , ମଧୁମୟ
ମନମୁନ ଖୁନ୍ଦାଖୁନ୍ଦି
ସାରା ସହର ବିଭୋର .
ଗଦାଗଦା ଅପେକ୍ଷା
ଜହ୍ନମନସ୍କ
ତାରାମାନେ ଅବାକ୍ l
ହଁ .. ତୁମେ ଆସିଲେ
କେତେ ଭଙ୍ଗା ମନ ଯୋଡ
ପ୍ରେମର ସଉଧ ଗଢ଼
ରଜନୀଗନ୍ଧାର ଗଭାରେ
ମିଠାମିଠା ସ୍ବପ୍ନ ସଜାଡ
ଝିଲ୍ ମିଲ୍ ପ୍ରୀତିଫୁଲ ଝାଡ l
ଅନଙ୍ଗ ଅଭିସାରିକା ଟିଏ
ତୁମେ ଖୁବ୍ ମନୋଇ , ଗେହ୍ଲେଇ
ଆଞ୍ଜୁଳେ ଅନୁରାଗରେ
କେତେ ଆନମନା ହୁଅ
ରାତିର ଉହାଡେ
ତୁମ ରୋଷଣୀ କହେ ଅନେକ କାହାଣୀ l
କେବେ କୁଆଁରୀ ଲାଜର
ଶତ ଶିହରଣର
ସରମୀ ଲତାଟିଏ ତ
କେଵେ ଚିତ୍ରଲେଖା ଓଠେ
ଏକ ନୀରଵ ନଈର ଗୀତ l
ହଁ .. ତୁମେ ଶୀତ
ଏକ ମଧୁଵୋଳା ମିତ
ସମ୍ପର୍କର ଅନୁପାତ
ଏକ ପ୍ରେମ ଲଗ୍ନର
ମିଳନ ମୂହୁର୍ତ୍ତ l