STORYMIRROR

Jyotsnarani Panda

Romance

3  

Jyotsnarani Panda

Romance

ଫୁଲ , ଫଗୁଣ ଓ ପ୍ରେମ

ଫୁଲ , ଫଗୁଣ ଓ ପ୍ରେମ

1 min
186


ବାହାରେ ଝଡ ବହିବ କାଳେ .. 

ତୁମେ ସେମିତି ନିଶ୍ଚିନ୍ତ ରେ ଥାଅ ..

ମୋ ଛାତି ତଳେ ..

ଏକ ଅତିନ୍ଦ୍ରିୟ ସୁଖର ଆଢ଼ୁଆଳେ ..

ଅସଂଖ୍ୟ ଅସ୍ତରାଗର 

କୋଳାହଳେ ..

ଫୁଲ ଫଗୁଣର 

ପ୍ରେମ ଡାଳେ .....!


ମୁଁ ନିଇତି ନିରଵଧି 

 ନିଶ୍ବାସୁଥାଏଁ 

ନୀଳିରାଗର ନିଵିଡ ଆଶ୍ଳେଷ 

ଏକ ନୀରଵ ନିଃଶବ୍ଦ 

ମୁହଁ ସଞ୍ଜବେଳେ ....!



  ଫୁଲ କ'ଣ 

ମୋ' ଠୁ ଵେଶୀ ସୁଖୀ ...???


  ନା ... ସେ 


ସମ୍ରାଟ ଅଶୋକଙ୍କ 

ବିଦଗ୍ଧ ପ୍ରେମିକା 

କାରୁବାକୀ ...?


  ଛାଡ଼ .. ସେ 

ଫୁଲ ଫଗୁଣର 

ବ୍ୟକ୍ତିଗତ କଥା 

ଦୂରେଇ ରହିବା ଭଲ ..


ହେଉ ପଛେ ଫୁଲ ଵୋକୀ 

ନ ହେଉ ପଛେ 

ପରମ ପ୍ରେମମୟଙ୍କ 

ପ୍ରିୟତମ ସଖି .. 

   ତଥାପି ... 

ପ୍ରେମ ତା'ର 

ସର୍ତ୍ତହୀନ , ସ୍ବାର୍ଥହୀନ 

ପ୍ରୟୋଜନ ବିହୀନ ...


ଶାଗ ପଖାଳ ପରି 

ତା ' ସରଳ ତରଳ 

ଭଲପାଇବା ରେ 

ପ୍ରୀତି ରଙ୍ଗ ମାଖି 

ଫଗୁଣ ଚିରକାଳ 

ରହିଛି ତା' ସହ ଲାଖି .....!!!


ଏମିତି ଫି ସନ 

ଫଗୁଣ ଆସେ .. 

ଦୋଳ ମେଳଣରେ 

କାହ୍ନୁ ରାଈଙ୍କ 

ପ୍ରେମ ହାଟ ବସେ .. 

ପ୍ରଣୟର ମଲ୍ଲୀ ଫୁଟି ଚଉଦିଗ ବାସେ ...!!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance