STORYMIRROR

Jyotsnarani Panda

Others

4  

Jyotsnarani Panda

Others

ଛୁଟି ସରିଗଲା

ଛୁଟି ସରିଗଲା

1 min
252



ଛୁଟି ସରିଗଲା ଇସ୍କୁଲୁ ଖୋଲିଲା 

  ସୃଜନୀରେ ଦେଲି ତାଲା ,

ଭୂଲିବନି ବନ୍ଧୁ ଭାବିକି ଅଳନ୍ଧୁ 

  ରାଣଟିଏ ମୋ ରହିଲା ।


ଇଚ୍ଛା ତ ହେଉଛି ସକାଳରୁ ସଞ୍ଜ 

  କବିତା ମୁଁ ପଢୁଥାନ୍ତି , 

କେତେ ସୁମଧୁର ପରଶ ଶବ୍ଦର 

  ପୁଳାଏ ମୁଁ ଖାଇଯାନ୍ତି ।


ବିଷମ ଜଞ୍ଜାଳ ଘୋର ମାୟାଖେଳ 

  କଷଣ ତ ଅସମ୍ଭାଳ , 

କବାଟ କିଳିକି କବିତା ମୋ କାନ୍ଦେ 

  ରମ୍ୟ କଳା ସାଜେ କାଳ ।


କଳ୍ପନା ମୂଳରେ କାଳ ଲୋ ସଜନୀ 

  ଵାସ୍ତବଟା ଅତି କ୍ରୁର , 

କବିତ୍ଵର ଏଠି ବାରବାର ମୃତ୍ୟୁ 

  ଅଦେଖା ଦରଜ ତା'ର ।




Rate this content
Log in