STORYMIRROR

Jyotsnarani Panda

Fantasy

4  

Jyotsnarani Panda

Fantasy

ବ୍ରହ୍ମର ପରୀକ୍ଷଣ

ବ୍ରହ୍ମର ପରୀକ୍ଷଣ

1 min
232


କ'ଣ ନିହାତି 

ଆବଶ୍ୟକ ଥିଲା 

ଆକାଶକୁ ଆବୋରି ଆଣି 

ଅଣ୍ଟିରେ ପୂରେଇବା !

ସୂର୍ଯ୍ୟଙ୍କୁ ସମ୍ଭାଳି ପାରିବ ତ ?


କ'ଣ ଏତେ ବି 

ଜରୁରୀ ଥିଲା 

ପୃଥିବୀକୁ ପେଲିଠେଲି 

ପାତାଳକୁ ପଠେଇବା !


ସ୍ଵୟଂର ଅସ୍ତିତ୍ବକୁ 

ଅଟକେଇ ରଖିପାରିବ ତ ?


କ'ଣ ଅତ୍ୟନ୍ତ 

ଅନିବାର୍ଯ୍ୟ ଥିଲା 

ବିଜ୍ଞାନାଗାରରେ 

ବ୍ରହ୍ମର ପରୀକ୍ଷଣ କରିବା !


ଆଗାମୀ କାଲିର 

ଭୟାବହତାକୁ 

ସାମ୍ ନା କରିପାରିବ ତ ?  

ବ୍ରହ୍ମ ଅଭିଶାପରୁ 

ମୁକୁଳି ପାରିବ ତ ?


   ଯଦି ହଁ

  ଆଗକୁ ବଢ

   ନଚେତ୍ ! 

ହେ ଉନ୍ମତ୍ତ ଉଦ୍ଦଣ୍ଡ 

ଯାଦଵଗଣ

ସମୟର କଠିନତାରେ 

ପୂର୍ବବତ୍ ପୁଣିଥରେ 

ସେ ପୁଣ୍ୟ ପୋଥିର

ପୁରୁଣା ପୃଷ୍ଠା ମାନଙ୍କୁ 

ତନ୍ନ ତନ୍ନ କରି ପଢ଼


ଏକ ରକ୍ତାକ୍ତ ଇତିହାସ 

ରଚନା ହେବା ଆଗରୁ 

ଯଥାସାଧ୍ୟ 

ଚିନ୍ତନ ଓ ଚୈତନ୍ୟକୁ

ସଜାଡି  କର 

ସୁସଂଯତ ଓ ସୁଦୃଢ


ଅନ୍ତତଃ ଅଭିମାନ କରି

ଶିଆଳି ଲତାରେ 

ଶୋଇବାକୁ ଯାଉଥିବା  

ସେ ମହାନାୟକ ଦେଖନ୍ତୁ 

ଦ୍ଵାରିକାର ଦାଣ୍ଡରେ 

ପ୍ରେମର କେତେ 

ହାଉଯାଉ ଭିଡ଼


ଇତ୍ୟବସରରେ ସେ

ବଦଳେଇ ନିଅନ୍ତୁ 

ତାଙ୍କ ନିଷ୍ପତ୍ତିର ମୋଡ଼ 

ଥୟପଡୁ ଏ ନିଖିଳର ନୀଡ଼ !



Rate this content
Log in

Similar oriya poem from Fantasy