STORYMIRROR

Jyotsnarani Panda

Classics

3  

Jyotsnarani Panda

Classics

ପଥଭ୍ରଷ୍ଟ

ପଥଭ୍ରଷ୍ଟ

1 min
125



ହଁ ମୁଁ ଜାଣିପାରୁଛି 

ତୁମେ ଅର୍ଚ୍ଚନା ନାଗ୍ ହେବାକୁ 

ଖୁବ୍ ମନ ଵଳେଇଛ !


   କିନ୍ତୁ ଜାଣିରଖ

ମୁଁ କେବେ ବି ଜଗବନ୍ଧୁ ଚାନ୍ଦ୍

ହେଇପାରିବିନି !


ସାମ୍ରାଜ୍ୟ ବିସ୍ତାର କରି 

ଚକ୍ରବର୍ତ୍ତୀ ସମ୍ରାଟ ହେଵାର 

ମୋହ ମୋ'ର ଆଦୌ ନାହିଁ .।


ମୁଁ ନୀତି , ଆଦର୍ଶ 

ସଂସ୍କାର , ସମ୍ମାନ ଓ ସ୍ବାଭିମାନ କୁ 

ନେଇ ବଞ୍ଚିବାକୁ ଚାହେଁ !


ମୋ ସାଥିରେ ଜୀଵନ ବିତେଇବାକୁ 

ତୁମେ ଅଣନିଃଶ୍ବାସୀ ଅନୁଭଵ 

କରୁଛ କି ?


ପାରୁଛ ଯଦି ଏ ପ୍ରେମ ଫାଶରୁ

ମୁକୁଳିଯାଇପାର ନଚେତ୍&n

bsp;

 ପ୍ରେମକୁ ବଞ୍ଚେଇ ରଖିବାରେ 

ମୋତେ ସାହାଯ୍ୟ କର ।


ଆଗରୁ ବହୁତ ଥର କହିଛି ଏବେ ଵି କହୁଛି 

ତୁମେ ବିବାହିତା .. ଏକ 

ରକ୍ଷଣଶୀଳ ପରିବାରର 

କୁଳଵଧୂ !


ତୁମର ନିର୍ଦ୍ଦିଷ୍ଟ ଦାୟିତ୍ଵଵୋଧତା 

ଅଛି , ସମ୍ଭ୍ରମତା ଵି

ଲଜ୍ଜା , ଶାଳୀନତାର ସୀମା 

ଟପିଗଲେ ତୁମେ ଆଉ 

ନାରୀ ପଦଵାଚ୍ୟ ହେଇପାରିଵନି ।


ସ୍ଵୟଂର ମର୍ଯ୍ୟାଦାକୁ ମାପି 

ନିଜ ପରିଧି ଭିତରେ ରୁହ ।


ମରୀଚିକା ପଛରେ ଧାଇଁଲେ 

ତୃଷ୍ଣା ମେଣ୍ଟେନା ବରଂ 

ଜୀଵନୀ ଶକ୍ତି ଦୁର୍ବଳ ହୁଏ ।




Rate this content
Log in

Similar oriya poem from Classics