ଅହଲ୍ୟାମାନେ ତ
ଅହଲ୍ୟାମାନେ ତ
ଏମିତି ଫି ସନ
ଶୀତ ଆସେ ଆଉ ଫେରିଯାଏ
ଆଗକୁ ବେଶୀ ବେଶୀ ଆସିଵ
ଆଉ ମହମହ ଵାସି !
ଧେତ୍ ସେ ପଉଷ
ଋଷୁ ଅବା ହସୁ
କି ଯାଏ ଆସେ ।
ଅହଲ୍ୟାମାନେ ତ ଆଜୀବନ
ଅକାମୀ ଆଉ ଅଭାଗିନୀ ।
ଶୀତର ସରାଗକୁ
ସେମାନେ କ'ଣ
ଛୁଇଁ ପାରନ୍ତି ନା
ତା ' ମିଠାପଣକୁ
ଅଙ୍ଗେ ଅଙ୍ଗେ ଅନୁଭବ କରିପାରନ୍ତି ।
ସାଥି ଟିଏ ଵିନା ତ
ଶୀତର ସ୍ପର୍ଶ ଉତ୍କଟ ବିଷ ।
କେଜାଣି ଶୀତ ଯଦି କେବେ
ପ୍ରଭୁ ଶ୍ରୀରାମ ହୋଇ ଆସନ୍ତା
<p> ହୁଏତ
ଅନେକ ଲୁହ ଏକାଠି ହୋଇ
ହସର ନଈଟିଏ ଵୁହନ୍ତା
ପଉଷ ପାଉଁଜି ପିନ୍ଧନ୍ତା
ତା ..ଧିନ୍ ..ଧିନା ନାଚନ୍ତା
ପୁଳା ପୁଳା ପ୍ରେମ ଵାଣ୍ଟନ୍ତା ।
ଆଉ ଅଲୋଡା ଅଭାଗିନୀ ମାନେ
ଅହଲ୍ୟାକୁ ବାରଵାର
ଵରିନିଅନ୍ତେ
ଯଥେଷ୍ଟ କଳଙ୍କିତା ହୁଅନ୍ତେ
ହୁଅନ୍ତୁ ପଛେ ହୀନସ୍ତା ଓ ଶାପଗ୍ରସ୍ତା
କିନ୍ତୁ ଏକ
ଅମୃତମୟ ଆତିଥେୟତାକୁ
ପ୍ରତୀକ୍ଷା କରନ୍ତେ
ଥରେ କିମ୍ବା ଦୁଇଥର ନୁହେଁ
ଯାବତ୍ ଜୀବନ ।