ସମୟ କି
ସମୟ କି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅସଂଖ୍ୟ ଡିସେମ୍ବର
ଏଠି ତାରାମୟ !
ସେମାନଙ୍କ ପରିଚୟ
ପାଇସୁଦ୍ଧା
ତଥାପି ଵି ମୁଁ !!
ଜାନୁୟାରୀର ଯୌବନକୁ ଧରି
ଖୁବ୍ ଉନ୍ମାଦିତ, ଉଲ୍ଲସିତ !
କେତେ ନିର୍ବୋଧ ସତେ
ଏ ମାୟା ଵିଜଡିତ ମନୁଷ୍ୟ
ଏତେ ଦୁଃଖ , ଯନ୍ତ୍ରଣା , ପ୍ରତାରଣା
ଭିତରେ ବି
ଖୁବ୍ ଗ୍ରାସିଛି ମୋହ
ଏବେ ଯାଏଁ ଉଦୟ
ହୋଇନି ଚୈତନ୍ୟ
ବେଳ ଵୁଡି ସଞ୍ଜ ହେଲାଣି
ପୁଣି ସେଇ ଅନ୍ଧାରକୁ ଆବୋରିନେଵାକୁ ଉଦ୍ୟତ ସେ
ଭୂଲିଛି ଧର୍ମ , ଭୂଲିଛି କର୍ମ
ଯେତେ ସଵୁ ଶାସ୍ତ୍ର ପ୍ରଣୋଦିତ
ନୀତି ନିୟମ , ପିତାମାତା ସେଵା
ତ୍ୟାଗ , ତିତିକ୍ଷା
ବାହ୍ୟ ଚାକଚକ୍ୟରେ
ପାଶୋରିଯାଇଛି ଆଧ୍ୟାତ୍ମିକତା
ଫେରିବାର ସମୟ ହେଲାଣି ପଛେ
ସେ ତା'ର ଆସିବାର ଉଦ୍ଦେଶ୍ୟ
ବିଷୟରେ ଏଵେ ଵି ଅନଭିଜ୍ଞ
ହେ ନର ଧନ୍ୟ ଧନ୍ୟ
ତୁମ ଚିନ୍ତାଧାରା
କେଡେ ହୀନ ଆଉ ନଗଣ୍ୟ
ହଁ ! ହଁ !
ତୁ ଵି ବଢ ଛିଡିଵୁ ଦିନେ
ଏ ଅସ୍ପଷ୍ଟ କ୍ଷୀଣ ସ୍ଵର
କାହାର ?
ସମୟ କି ?