STORYMIRROR

Jyotsnarani Panda

Tragedy

3  

Jyotsnarani Panda

Tragedy

ଏଇ ତ ବିଡମ୍ବନା

ଏଇ ତ ବିଡମ୍ବନା

1 min
156

କିଏ କହିଲା ?

ତୁମେମାନେ ଖରାପ୍

ଆରେ ବାପ୍ ରେ ବାପ୍ ...!


ତୁମମାନଙ୍କ ତ୍ୟାଗ

ତୁମ ଚେଷ୍ଟା , ନିଷ୍ଠା 

ଖୁବ୍ ପ୍ରଶଂସନୀୟ 

ଅନନ୍ୟ , ଅତୁଳନୀୟ ଓ ଅମାପ l


 ନା ..ନା .. ଏଭଳି କୁଚିନ୍ତା 

ରହୁ ସହସ୍ର କୋଶ ଦୂରେ

ତୁମେ ଵୁଝ କି ନ ଵୁଝ 

ଆମ ଦୁଃଖର ତାପ ଅବା ଚାପ

ଆମେ ଅର୍ଜିବାକୁ ଚାହୁଁନା ପୁଳା ପୁଳା ପାପ

ତୁମେ କଣ ଜାଣିନ 

 ଆମ ଦେହ ଓ ମନସାରା 

କେବଳ ଏକତାର ପ୍ରେମର ଛାପ l


ଵୁଝିବା ଵୟସ ହୋଇଛି 

ଉଦୟ ହେଇଛି ଚୈତନ୍ୟ 

ମର୍ମେ ମର୍ମେ ଅନୁଭଵୁଛୁ 

ପରିସ୍ଥିତି କେତେ ଗମ୍ଭୀର , କେଡ଼େ ଭୟଙ୍କର

ପ୍ରାଥମିକ ଶିକ୍ଷକଙ୍କ କୋହ

କେଡେ କାରୁଣ୍ୟ ଓ ଦୈନ୍ୟ l


ବିଶ୍ୱାସ କର ..ମୋ'ର

ସମସ୍ତ ଆପଣାର.. 

ଏଇ ତ ଭାଗ୍ୟର ବିଡମ୍ବନା

ଵହଳେ ଯାତନା 

ତୁମ ଗହଣରେ ରହି 

ନିଜକୁ ମଣିପାରିଲୁନି ଧନ୍ୟ l

ପ୍ରତି ମୂହୁର୍ତ୍ତ ରେ ଝୁରିଲୁ , ମରିଲୁ 

ତୁମମାନଙ୍କ ଵିନା 

ସଵୁ ଯେମିତି 

ଶୂନ୍ୟ .. ଶୂନ୍ୟ ..ମହାଶୂନ୍ୟ l

ତୁମ ରୋଦନ ଶୁଣି 

ରାଜରାସ୍ତାରେ ..

କୁହ ..କୁହ ତୁମେ 

କେମିତି ସୁଖ ନିଦ୍ରା 

ଯିଵୁ ଉଷୁମ କୋଠରୀରେ 

ତନ୍ଦ୍ରାଭରା ନୟନରେ l


ଏଇ ତ ଟେଲିପାଥି 

ଶୁଣୁନ କାନ ଡେରି 

ଥରେ ହୃଦୟର ସ୍ଵର 

ଅବଶ୍ୟ ଶୁଣିପାରିଵ  

ତୁମ ବିନା .. କେତେ ଓଜନିଆ ଆମ ଅନ୍ତର୍ଵେଦନା l


କେମିତି କହିବି ଆମେ ଶରୀର ହେଲେ 

ସଂଘ ପରା ଆମ ଆତ୍ମା

ଆଉ ଆତ୍ମା କୁ ଛାଡି 

ଦେହ କ'ଣ ସମ୍ଭବ


ସଵୁ ସତ୍ତ୍ୱେ ..

ତଥାପି .. ତଥାପି ବି

ସେଇ ଵଳୀୟାର ଭୁଜଙ୍କ ଶ୍ରୀପୟରେ 

ଅଶ୍ରୁଵୁହା ନିବେଦନ

ସେ ପୂର୍ଣ୍ଣ କରନ୍ତୁ 

ଆମ ମନୋରଥ  

ହଟିଯାଉ ସଵୁ ଦୁର୍ଦ୍ଦିନ 

ହେ .. ଭଗବାନ

ହସି ଉଠୁ ଶିକ୍ଷକ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy