STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ମାଟି

ମାଟି

1 min
190


ଏଇମାଟି ମୋର ସରଗ ପୁର ଗୋ

ଜନମିଛି ତାର କୋଳେ

ପବିତ୍ର ମୂର୍ତ୍ତିକା ଉର୍ବର ଭୂଇଁ ମୋ

ମା ଏ ଆକାଶ ତଳେ ।।

ଏ ମାଟି ମୋହର ପୂର୍ବ ପୁରୁଷ ର

ଐତିହ୍ୟ ୟେ ଇତିହାସ

ସାଇତି ରଖିଛି ଜନ୍ମ ଜନ୍ମାନ୍ତର

ଯେତେ ଲୁହ ଯେତେ ହସ ।।

ଏ ମାଟି ମୋହର ଗର୍ବ ଗରିମା

ୟେ ମାଟି ମଥା ଚନ୍ଦନ

ବୀର ଭୂମି ରୁଷି ମହର୍ଷି ଆବର

ଦେବତା ନିଅନ୍ତି ଜନ୍ମ ।।

ଦେବଭୂମି ମୋର ଏହି ଆର୍ଯ୍ୟାଵର୍ତ୍ତ

ଅଦ୍ୱିତୀୟ ଧରା ବୁକେ

ମାଟି,ପାଣି, ଶିଳା ଶାଳଗ୍ରାମ ପୂତ

ପବିତ୍ର ୟେ ମାଟି ବିଶ୍ଵେ ।।

ଏମାଟିରେ ଦିନେ ଚଣ୍ଡାଶୋକ ବୀର

ଅଶୋକ ପାଲଟି ଗଲେ

ଅହିଂସା ମନ୍ତ୍ର ରେ ମନ୍ତ୍ରିତ ୟେ ମାଟି

ଶାନ୍ତିର ମଳୟ ଝରେ ।।

ଆର୍ୟୁବିଜ୍ଞାନର ବୃକ୍ଷ,ଲତା,ଯେତେ

ଉଠନ୍ତି ଏ ମାଟି ପରେ

ବିଶଲ୍ୟକରଣୀ ମହୌଷଧି ପତ୍ର

ଫୁଲ,ଫଳ,ବଳ୍-କଳରେ ।।

ଏ ମାଟି ଗରଭେ ସାଇତି ରଖିଛି

ରୈପ୍ୟ,ସ୍ଵର୍ଣ୍ଣ,ମଣି,ଖଣି

ଅମୃତ ର ଝର ଝରେ ନଦୀ ନଦୀ

ଶସ୍ୟ ଶ୍ୟାମଳା ଧରଣୀ ।।

ଏ ମାଟିରେ ପଡେ ଚାନ୍ଦର ଚାନ୍ଦିନୀ

ସୂର୍ଯ୍ୟ ରଶ୍ମୀ ଦିବା ରାତି

ରୁତୁ ବଦଳଇ ନୂଆ ନୂଆ ରୁପେ

ସଜାଇ ହୁଏ ଧରିତ୍ରୀ ।।

ଧରାକୁ ଏ ମାଟି ଧରି ରଖିଅଛି

ମାଟି ଚାଖଣ୍ଡକ ପାଇଁ

କେତେ ମହାଯୁଦ୍ଧ ସମାହିତ ଏଠି

ତାହାର ହିସାବ ନାହିଁ ।।

ମାଟି ମାଆ ମୋର ଏ ମାଟି ବିସ୍ମୟ

ଚଉଦ ବ୍ରହ୍ମାଣ୍ଡେ ସାର

ତା କୋଳେ ଜନମି ଧନ୍ୟ ମଣେ ମୁଁ କୁ

ଧନ୍ୟ ବି ଏଠି ଈଶ୍ୱର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics