STORYMIRROR

Satyanarayan Sahoo

Abstract Classics Inspirational

4  

Satyanarayan Sahoo

Abstract Classics Inspirational

ଦେଶ ମାତୃକା ର ହେ ବୀର ସନ୍ତାନ

ଦେଶ ମାତୃକା ର ହେ ବୀର ସନ୍ତାନ

2 mins
295


ଦେଶ ମାତୃକା ର ହେ ବୀର ସନ୍ତାନ

ଅହିଂସା ପୂଜାରୀ ଦେଉଛୁ ସମ୍ମାନ ।

ଦେଶ ମାତୃକା ର ହେ ବୀର ସନ୍ତାନ

ଜାତିର ଜନକ ପୂଜ୍ୟ ନମୋ ନମଃ ।

ଆହା କି ସୁକ୍ଷଣେ ଗୁଜ୍ଜର ପ୍ରଦେଶ

ପୋର ବନ୍ଦର ରେ ଜନମି ସୁଯଶ ।

ପ୍ରକାଶିଲ ଧରି ଅଦମ୍ୟ ସାହସ

ତୁମ୍ଭେ ଜ୍ଞାନୀ ଗୁଣୀ , ହେ ମୋହନ ଦାସ ।

ସାବରମତୀ ର ଆଶ୍ରମେ ହେ , ସନ୍ଥ

ଦେଶ ର ଉନ୍ନତି ଉଦ୍ୟମେ ନିରତ ।

ଅହିଂସା ଅସହଯୋଗ ରେ ଅନ୍ୟାୟ

 ଅତ୍ୟାଚାର ବିରୁଦ୍ଧରେ ଧରି ଧୈଯ୍ୟ ।

ତୁମ୍ଭ ସୁଶାନ୍ତ ସରଳ ଅମାୟିକ

ବେଶ ବାସ ବ୍ୟବହାର ଆକର୍ଷକ ।

ପ୍ରତି ଜନ ପ୍ରାଣେ ପ୍ରୀତି ର ସ୍ପନ୍ଦନ

 ତୋଳି ସ୍ଵାଧୀନତା ସାମ୍ୟ ଜାଗରଣ ।

ପାଇଁ କି ଗଭୀର ପ୍ରଭାବ ପକାଇ 

ସାରା ଭାରତ କୁ ସଂଗଠିତ କରି ।

ଫିରିଙ୍ଗି ଶାସନ ସହିତ ଲଢ଼ିଲ

ସତ୍ୟ ଅହିଂସା ରେ ବିଜୟ ଲଭିଲ ।

 ପାଦତଳେ ତୁମ୍ଭ କୋଟି ପ୍ରଣିପାତ

 ଭକ୍ତି ପୂତ ଭାବେ କରେ ଏ ଭାରତ ।

ଭାରତୀୟ ଙ୍କ ର ଦୁଃଖ ଦୁର୍ଦ୍ଦଶା କୁ 

ଅନୁଧ୍ୟାନ କରି ହ୍ରାସ କରିବା କୁ ।

ନାନା ସ୍ଥାନେ ନାନା ମତେ ଯେ ଉଦ୍ୟମ

ଆରମ୍ଭ କରିଣ ନବ ଜାଗରଣ ।

ଆଣିବା ରେ ତୁମେ ଥିଲ ହେ ବରେଣ୍ୟ

 ସାଧକ ଅହିଂସା ମନ୍ତ୍ର ରେ ପ୍ରବୀଣ ।

ପ୍ରତି ଭାରତୀୟ ହୃଦ ସିଂହାସନେ

ଆସିନ ହୋଇଲ ନିଜ ଯଶ ଗୁଣେ ।

ପ୍ରତି ହୃଦୟରେ ପ୍ରେମର ସ୍ପନ୍ଦନ

ଅହିଂସା ମନ୍ତ୍ର ରେ ତୋଳିଲ ଆହ୍ବାନ ।

ତ୍ୟାଗ ଓ ସାହସ ପ୍ରବୀଣ ପାଣ୍ଡିତ୍ୟ

ନିଷ୍ଠା , ନ୍ୟାୟ ଦିବ୍ୟ ଚେତନା ସତତ ।

 ଜାଗ୍ରତ କରାଏ ତୁମ୍ଭ ମହାନତା 

ମହାତ୍ମା ଗାନ୍ଧୀ ଓ ଜାତୀୟ ପିତା ।

ଆଖ୍ୟା ଲଭି ଦେଶ ଜାତିର ଉନ୍ନତି

ଲକ୍ଷ୍ୟେ ଅହରହ ରହି ଥିଲ ବ୍ରତୀ ।

ସଭିଙ୍କୁ ସମ୍ମାନ ସ୍ନେହ ସ୍ମିତ ହାସ୍ୟ

ଗଭୀର ଆଦରେ କର ପ୍ରଭାବିତ ।

ତୁମ୍ଭେ ହେ ମହାତ୍ମା ଆଦର୍ଶ ପୁରୁଷ

ପରାଧୀନତାର ଦୁଃଖ ଦୈନ୍ୟ ପ୍ରାସ ।

ଦର୍ଶନେ ମନ ରେ ଦାରୁଣ ଆଘାତ

ସ୍ବାଧିନତା ଲକ୍ଷ୍ୟେ ରହିଲ ଚେଷ୍ଟିତ ।

ତୁମ୍ଭରି ଉଦ୍ୟମ ନିଷ୍ଠା ସୁସlହସ

ଦେଶ ଜାତି ହିତେ ସୁଦିବ୍ୟ ଆଲୋକ ।

ତୁମରି ଆହ୍ଵାନ , ଅପୂର୍ବ ଲହରୀ

ଜାତୀୟ ଚେତନା ପ୍ରବାହିତ କାରୀ ।

କର୍ତ୍ତବ୍ୟ ଓ ଅନୁଭବ ଅନୁଭୂତି

ପ୍ରତି ଭାରତୀୟେ ଶିକ୍ଷା ଦିଏ ନିତି ।

ଆଦର୍ଶ , ସାହସ ,ସମୟାନୁବର୍ତ୍ତୀ

ସତ୍ୟ, ଅହିଂସା ଓ ସଦ୍ଭାବ ସମ୍ପ୍ରୀତି ।

ଯାହା କହି ଦିଅ କରି କି ଦେଖାଅ

ସତ୍ୟ ଅହିଂସା ର ଅଦମ୍ୟ ଉତ୍ସାହ । 

 ଜାଗୃତି ଶକତି ଅସୀମ ଭଣ୍ଡାର

ତ୍ୟାଗ , ପ୍ରେମ ଶ୍ରଦ୍ଧା ଆଉ ତିତୀକ୍ଷାର ।

ନିଶା ନିବାରଣ କୁସଂସ୍କାର ଲୋପ

ଦୁର୍ନୀତି ଅନୀତି କରିବା ବିଲୋପ ।

ସ୍ୱଦେଶୀ ଦ୍ରବ୍ୟ ରେ ଆଦର ଆଗ୍ରହ

ବଢ଼ାଏ ତୁମର ନୀତି ସତ୍ୟାଗ୍ରହ ।

ଅହିଂସା ଅସହଯୋଗ ର ଅସ୍ତ୍ର ରେ

ଉନ୍ମାଦନା ଧାର ସୃଜିଲ ଅନ୍ତରେ ।

ଆଜି ଏ ପବିତ୍ର ଜନମ ତିଥି ରେ

ଘେନ ଶ୍ରଦ୍ଧାଞ୍ଜଳୀ ଅରପେ ଭକ୍ତି ରେ ।

ଦେଶ ମାତୃକା ର ହେ , ବୀର ସନ୍ତାନ

ଅହିଂସା ପୂଜାରୀ ଦେଉଛୁ ସମ୍ମାନ ।



Rate this content
Log in

Similar oriya poem from Abstract