STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଭାରତ ମାତାର ସୁଯୋଗ୍ୟ ସନ୍ତାନ

ଭାରତ ମାତାର ସୁଯୋଗ୍ୟ ସନ୍ତାନ

2 mins
421



ଏକ ଅସାଧାରଣ ବ୍ୟକ୍ତିତ୍ଵ ହିଁ ବାପୁ

ସଂଯମତା ର ଶୀତଳ ସ୍ରୋତ ହିଁ ବାପୁ

ଆପଣାର କର୍ମ ହିଁ ଧର୍ମ,ଏହା ତାଙ୍କ କଥା

ପ୍ରଥମେ କାମ ପରେ କଥା ,ଏହା ତାଙ୍କ ଚିନ୍ତା

ଅତ୍ୟାଚାରର ପ୍ରତିଶୋଧ ନୁହେଁ ଅତ୍ୟାଚାର

ବିଶ୍ବରେ ସତ୍ୟ ଅହିଂସାର ବାର୍ତ୍ତା କରିଲେ ପ୍ରଚାର

ହିଂସା ଠୁ ଦୂରେଇ ଅହିଂସା ଚରିତ୍ର ହିଁ ବାପୁ ନିଜେ 

ମନ୍ଦ ନ କହି-ଶୁଣି-ଦେଖି , ସ୍ବୀକାର ନିଜେ ନିଜେ

ମନର ଝରକା ଖୋଲି ନିଜ ଭିତର ଦେଖିବାକୁ

ମଣିଷ ନୁହଁ, ଅବତାର ଗାନ୍ଧୀ କହିଲେ ସଭିଙ୍କୁ

ବାପୁଙ୍କ ବାଣୀ ରେ ଦେଶ ପ୍ରେମ ହିଁ ଉପାସନା

ତାହା ହିଁ ପ୍ରକୃତ ପ୍ରେମ,ନୁହେଁ ବିଡମ୍ବନା

ନାଗରିକଙ୍କ ନିଃଶ୍ୱାସ ରେ ଦେଶର ଅଧିକାର

ବାପୁ ହିଁ କହୁଥିଲେ ଏହା ଥରେ ନୁହଁ,ବାରମ୍ବାର

ବାପୁ,ଜୀବନର ପ୍ରତ୍ୟେକ ଦିଗରେ ଅଟଳ

ସତ୍ୟ ଅହିଂସା ଥିଲା ତାଙ୍କ ଜୀବନ ସମ୍ବଳ

ସେ ଥିଲେ ଦେଶ ପ୍ରେମର ପ୍ରକୃତ ପୁଜାରୀ

ଜାତିର ଜନକ ମହାତ୍ମା ଗାନ୍ଧୀ,ପ୍ରିୟ ସବୁରି

ଦେଖିଥିଲେ ଦେଶବାସୀଙ୍କ ପ୍ରତି ଅତ୍ୟାଚାର

ଆଡେଇ ପଦ ମର୍ଯ୍ୟାଦା ହେଲେ ଆଗଭର

ନୀରବ ନ ରହି ଅତ୍ୟାଚାର ବିରୁଦ୍ଧରେ ସ୍ୱର

ସତ୍ୟାଗ୍ରହ ସଞ୍ଚାଳନ କରି ଅହିଂସା ରେ ସ୍ଥିର

ଶପଥ ନେଇ ବାପୁ,ପଛକୁ ଫେରି ନ ଚାହିଁଲେ

ବିଦେଶୀ ବର୍ଜନ ସହ ଖଦୀ ଲୁଣ ଆପଣାଇଲେ 

ନିଜ ଶପଥ ରେ ରହିଲେ ଅଟଳ ଅହିଂସା ସହିତ

ଏକତାର ମନ୍ତ୍ରରେ ଦେଶବାସୀଙ୍କୁ କଲେ ଆମନ୍ତ୍ରିତ

"ଜାଲିଆନା"ଘଟଣା ପରେ ବି ବିନା ଅସ୍ତ୍ରେ ବିରୋଧ

ଅସହଯୋଗ ମାଧ୍ୟମରେ କରିଥିଲେ ପ୍ରତିବାଦ

ଭାରତ ଛାଡ ସ୍ଲୋଗାନ ଦେଲେ ତୁହାଇ ତୁହାଇ

ଗୌରବ ରେ ଭାରତକୁ ସ୍ବାଧିନତା ଦେଲେ ତହିଁ

ସତ୍ୟର ପୁରୋ

ହିତ ପୁଣି ଅହିଂସାର ପୁଜାରୀ

ମୋହନ ଦାସ କରମ୍ ଚାନ୍ଦ ଗାନ୍ଧୀ,ବାପୁ ସବୁରି।।


ଫିରିଙ୍ଗି ଶାସନର ଅତ୍ୟାଚାର ଭାରତ ବକ୍ଷରେ

ନିରୀହ ଜନତା ହୋଇଲେ ଶିକାର

ଏକ ମହାନ ଯୁଗପୁରୁଷ ହେଲେ ଆବିର୍ଭାବ

ଅହିଂସା ଉପାୟେ ହେଲା ବିରୋଧର ସ୍ୱର

ଯୁଗ ପୁରୁଷ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

ଅହିଂସା କୁ ଧର୍ମ ଭାବେ କରିଲେ ପ୍ରଚାର

ସବୁ ଧର୍ମର ମୂଳମନ୍ତ୍ର ଏକ ବୋଲି କହିଲେ ସତ୍ତ୍ଵର

ଜାତି ଓ ଜାତି ପ୍ରଭେଦ କରିବାକୁ ଦୂର

ସ୍ବରାଜ ବିଷୟ ଚେତାଇ କହିଲେ ବ୍ରିଟିଶ ମାନଙ୍କୁ

ବିଦେଶୀ ବର୍ଜନ ସହ ଚରଖା ଚଳାଇ

ଆତ୍ମନିର୍ଭରଶୀଳ ସହ ସ୍ୱଦେଶୀ ନେଲେ ଆପଣାଇ

ଅସ୍ପୃଶ୍ୟ ଶୋଷିତ କଥା କହିଲେ ବୁଝାଇ

ନିରୀହ ନିର୍ଦ୍ଦୋଷ ହେଲେ ଅତ୍ୟାଚାର ର ଶିକାର

ମୁଣ୍ଡ ବିକି ଥିଲେ ବଞ୍ଚି ରହିବାକୁ

ରାଉଣ୍ଡ ଟେବୁଲ୍ ବୈଠକ ପାଇଁ ବାଧ୍ୟ କରିଲେ

ବ୍ରିଟିଶ ଶାସନ-କର୍ତ୍ତା ମାନଙ୍କୁ

ସେଇ ଯୁଗ ପୁରୁଷ ଆଣ୍ଠୁ ଲୁଚି ନ ଥିଲା ପରି

ଅଧା ଲଙ୍ଗଳା ବେଶ ପୋଷାକରେ

ଜନତାଙ୍କୁ ସତ୍ୟ ଅହିଂସା ମାର୍ଗରେ ଆଗକୁ ବଢାଇ

ଲବଣ ସତ୍ୟାଗ୍ରହ କଲେ ଦାଣ୍ଡି ରେ

ଏକ ସାଧାରଣ ବ୍ୟକ୍ତି ଇତିହାସ ସୃଷ୍ଟି କରିଥିଲେ

ଶୋଇଥିବା ସିଂହ ବି ଜାଗ୍ରତ ହୋଇଲା

ବିନା ଯୁଦ୍ଧ,ବିନା ଅସ୍ତ୍ରରେ ଭାରତ ମୁକ୍ତି ଲଭିଲା

ସ୍ବାଧିନତାର ଆତ୍ମା ବି ଜାଗ୍ରତ ହେଲା

ସେଇ ମହାନ ଯୁଗ ପୁରୁଷ ଆମ ଜାତିର ଜନକ

ଯୁଗ ଯୁଗ ଧରି ରହିଛି ରହିବ

ବାପୁ,ଯୁଗପୁରୁଷ,ମହାମାନବ,ଅହିଂସା ପୁଜାରୀ

ଆଗାମୀ ପିଢ଼ି ବି ,ଏ ବାର୍ତ୍ତା ବହନ କରିବ।

ବାପୁ,ତୁମେ ହିଁ ଦେଶ ମାତୃକାର ସୁଯୋଗ୍ୟ ସନ୍ତାନ

ତୁମେ ହିଁ ସତ୍ୟ ଅହିଂସା ପୁଜାରୀ, ଦେଉଛୁ ସମ୍ମାନ ।।


Rate this content
Log in

Similar oriya poem from Abstract