STORYMIRROR

Krushnapriya Mohapatra

Classics Inspirational Others

3  

Krushnapriya Mohapatra

Classics Inspirational Others

ଗଛ ଅଟେ ପୁଅ ମୋର

ଗଛ ଅଟେ ପୁଅ ମୋର

1 min
238


ଦୁଃଖକରି ପେଟ ପୋଷୁଅଛି ସିନା

 କାହା ଉପରେ ମୁଁ ହେଉନି ବୋଝ।

 ପରିଶ୍ରମ କରି ଗଛ ଲଗାଇଛି

     କରିପାରିବି କି ତା ମୂଲ ସୁଝ।


 ନାନା ଜାତିର ଯେ ଗଛରେ ପୁରିଛି

   ଅତି ନିଜର ଏ ଛୋଟ ବଗିଚା।

ତାର ଫଳ ,ଫୁଲ ,ପତର ବିକିଲେ

    ରହୁନି ମୋହର ପେଟ ଅପୋଷା।


ପୁଅ ପରି ମୋତେ ଦିଏ ରୋଜଗାର

      ମଣିଷ ପରି ସେ କୁହେନା କଥା ।

ହେଲେ ମନ ବୁଝି ଯାଏ ସିଏ ମୋର

      ହୃଦୟକୁ କେବେ ଦେଇନି ବ୍ୟଥା।


 ପୁଅକୁ ମଣିଷ କରନ୍ତି ବାପା ମା

      ଭୁଲି ଯାଏ ସବୁ ନ ନିଏ ଯତ୍ନ।

 ଦୁରାଚାରୀ ପୁତ୍ର ତାଙ୍କୁ ନ ପୋଷଇ

       ବୃଦ୍ଧାଶ୍ରମେ ଛାଡେ ଦେଇ କଷଣ।


ଗଛ ଲଗାଇବା ସ୍ନେହ ଶ୍ରଦ୍ଧା ଦେଇ

    ପୁଅ ଠୁ ଅଧିକ ଯତନ କରି।

ତୁମ ଅଭାବକୁ ପୁରଣ କରଇ

    ନ ହୁଏ ସେ କେବେ ମଣିଷ ପରି।


ଗରୀବ ଲୋକର ଅଭାବ ମେଣ୍ଟାଇ

     ପରିବେଶ କରେ ସ୍ୱଚ୍ଛ ସୁନ୍ଦର।

ବରଷା କରଇ ସଠିକ ସମୟେ

    ଜଳର ଅଭାବ ହୁଅଇ ଦୂର।


ଅମ୍ଳଜାନ ବଢେ ବାୟୁ ମଣ୍ଡଳରେ

     ଅଙ୍ଗାରକାମ୍ଳକୁ କମେଇ ଦିଏ।

ଏତେ ଉପକାରୀ ଗଛର ମହତ୍ତ୍ୱ

    ମଣିଷ କାହିଁକି ବୁଝେନା କେବେ। ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics