ଅଫୁଟା ଫୁଲ
ଅଫୁଟା ଫୁଲ
ଫୁଲଟିଏ ନିଜକୁ ସେତେବେଳେ
ସ୍ୱୟଂସମ୍ପୂର୍ଣ ଭାବେ
ଯେତେବେଳେ ସିଏ କଢରୁ
ଫୁଲ ଟିଏ ହୋଇଥାଏ
ପାଦପର ଶୋଭାବର୍ଦ୍ଧନ କରେ
ନିଜ ଆଡକୁ ଭ୍ରମରକୁ
ଆମନ୍ତ୍ରଣ କରେ ଆଉ
ମନ୍ଦମନ୍ଦ ସମୀରଣରେ
ଦୋହଲି ଦୋହଲି ଖେଳେ !
ଯଦି ସେ ଗଛରେ ଫୁଟିପାରିଲାନି
ନିଜର ସୁରଭିକୁ ଅନ୍ୟମାନଙ୍କ ପାଇଁ
ବିତରୀ ପାରିଲା ନାହିଁ କିମ୍ବା
ଦେବତାଙ୍କ ମସ୍ତକରେ ଅର୍ପଣ ହୋଇପାରିଲାନି
ତେବେ ତା ଫୁଲ ଜନ୍ମର ସାର୍ଥକ ହୋଇପାରେନା !
ଅନୁଶୋଚନାରେ ଭାଙ୍ଗି ପଡି
ହୃଦୟରେ ଦୁଃଖକୁ ଚାପି ରଖି
କେବଳ ଏତିକି କହେ ମୁଁ ଗୋଟେ
"ଅଫୁଟା ଫୁଲ "ଟିଏ !